0
1
0
1
2
3
4
5
6
7
8
9
0
0
1
2
3
4
5
6
7
8
9
%

global privacy policy (oriya)

ଶେଷ ଅଦ୍ୟତନ: October 2, 2024

Select language

Choreograph ହେଉଛି ଏକ ବୈଶ୍ୱିକ ତଥ୍ୟ ଓ ପ୍ରଯୁକ୍ତିବିଦ୍ୟା ବ୍ୟବସାୟ, ଯାହାକି ଏହାର ଉତ୍ପାଦ ଓ ସେବାବ୍ୟାପୀ ଗ୍ରାହକମାନଙ୍କୁ ବିଭିନ୍ନ ତଥ୍ୟ ଦ୍ୱାରା ପରିଚାଳିତ ବିପଣନ ସମାଧାନ ପ୍ରଦାନ କରିଥାଏ। ଆମେ ଏକ WPP କମ୍ପାନୀ ଏବଂ WPP ନେଟୱର୍କବ୍ୟାପୀ ଅନ୍ୟାନ୍ୟ କମ୍ପାନୀ ସହିତ, ଯେଉଁଥିରେ GroupM ଏବଂ ତାହାର ଏଜେନ୍ସିଗୁଡ଼ିକ ଅନ୍ତର୍ଭୁକ୍ତ, ଅନ୍ୟ ସ୍ୱତନ୍ତ୍ର ବ୍ୟବସାୟ, ଯେପରିକି GroupM Nexus ଏବଂ Resolve Aps ତଥା GroupM ର କେତେକ ଜ୍ଞାନକୌଶଳ ଓ ଉତ୍ପାଦ ବ୍ୟବହାର କରିବା କ୍ଷେତ୍ରରେ ଜଡ଼ିତ ହୋଇ କାର୍ଯ୍ୟ କରୁଛୁ। WPP ବିଷୟରେ ଅଧିକ ସୂଚନା ପାଇଁ ଏଠାରେ ଏବଂ GroupM ବିଷୟରେ ଅଧିକ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଏହି ଗୋପନୀୟତା ନୀତିର ଉଦ୍ଦେଶ୍ୟ ହେଉଛି ଆପଣଙ୍କୁ, ଉପଭୋକ୍ତାଙ୍କୁ, ଏହି ବିଷୟରେ ସୂଚନା ପ୍ରଦାନ କରିବା ଯେ, ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନା (ବେଳେବେଳେ “ବ୍ୟକ୍ତିଗତ ତଥ୍ୟ” କିମ୍ବା “ବ୍ୟକ୍ତିଗତ ଭାବରେ ଚିହ୍ନଟଯୋଗ୍ୟ ସୂଚନା” କୁହାଯାଏ) କିପରି ସଂଗ୍ରହ ତଥା ପରିଚାଳନା କରିପାରିବୁ। ଆମର ଗ୍ରାହକ ପସନ୍ଦ ପୋର୍ଟଲ୍‌ରେ ବ୍ୟାଖ୍ୟା କରାଯାଇଥିବା ଅନୁଯାୟୀ ଏହା ଉଭୟ ଅନଲାଇନ୍ ଓ ଅଫଲାଇନ୍ ବ୍ୟକ୍ତିଗତ ସୂଚନାକୁ କଭର୍‌ କରେ।

ଏହା ହେଉଛି ଏକ ବୈଶ୍ୱିକ ଗୋପନୀୟତା ନୀତି। ଯଦି ଆପଣ EUରୁ ଏହି ନୀତି ବ୍ୟବହାର କରୁଛନ୍ତି, ତେବେ ଦୟାକରି UK, EEA ଓ ସ୍ୱିଜରଲାଣ୍ଡରେ ଥିବା ବ୍ୟକ୍ତିବିଶେଷଙ୍କରଗୋପନୀୟତା ଅଧିକାର ବିଷୟକ ସେକ୍ସନ୍ ମଧ୍ୟ ପଢ଼ନ୍ତୁ। ଯଦି ଆପଣ କାଲିଫର୍ନିଆର ବାସିନ୍ଦା ହୋଇଥା’ନ୍ତି, ତେବେ ଦୟାକରି କାଲିଫର୍ନିଆର ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଅଧିକାର ବିଷୟକ ସେକ୍ସନ୍ ପଢ଼ନ୍ତୁ।

ଅନ୍ୟାନ୍ୟ ଗୋପନୀୟତା ନୀତି

www.choreograph.comରେ ଏହି ଗୋପନୀୟତା ନୀତିରେ Choreographର ୱେବସାଇଟ୍ ବ୍ୟବହାର କରିବା ସମୟରେ ସଂଗୃହିତ ବ୍ୟକ୍ତିଗତ ସୂଚନା ସାମିଲ୍‌ କରାଯାଏ ନାହିଁ। ଏହି ସୂଚନା ଏଠାରେ ମିଳିପାରିବ।

ଯଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି କି ନିଯୁକ୍ତି ପ୍ରକ୍ରିୟାରେ ଆପଣଙ୍କ ବ୍ୟକ୍ତିଗତ ସୂଚନାର ବ୍ୟବହାର କିପରି କରାଯାଇଛି, ତେବେ ଆପଣ ଏଠାରେ ନିଯୁକ୍ତି ଗୋପନୀୟତା ନୀତି ପାଇପାରିବେ।

ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଗୋପନୀୟତା ନୀତି ପଢ଼ିବାକୁ ପ୍ରୋତ୍ସାହିତ କରିବୁ, ହେଲେ ଯଦି ଆପଣ ନିମ୍ନରେ ଥିବା ବିଷୟବସ୍ତୁ ଲିଙ୍କଗୁଡ଼ିକ ବ୍ୟବହାର କରିବାକୁ ପସନ୍ଦ କରନ୍ତି, ତେବେ ସେଗୁଡିକ ଆପଣଙ୍କୁ ବ୍ୟକ୍ତିଗତ ଅନୁଭାଗକୁ ନେଇଯିବ:

ଆମ ସେବା

ଆମେ ଆମର ଉପଭୋକ୍ତାମାନଙ୍କୁ ପ୍ରଦାନ କରୁଥିବା ସେବାଗୁଡ଼ିକ ବିଷୟରେ ଏହି ସେକ୍ସନ୍ ସୂଚନା ପ୍ରଦାନ କରେ. ଆମର “ଉପଭୋକ୍ତା” ହେଉଛନ୍ତି ବ୍ୟବସାୟ, ଯେଉଁମାନେ ଗ୍ରାହକଙ୍କ ସହିତ ସିଧାସଳଖ କାରବାର କରନ୍ତି, ଯେପରିକି ବିଜ୍ଞାପନଦାତା ସେମାନଙ୍କର ଉତ୍ପାଦ ଓ ସେବା ଗ୍ରାହକଙ୍କୁ ବିକ୍ରୟ କରନ୍ତି. ଆମେ ଉପଭୋକ୍ତାମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଆମର ସେବା ପ୍ରଦାନ କରୁନାହୁଁ. ଆମେ ଉପଭୋକ୍ତାମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ କିମ୍ବା ଉପଭୋକ୍ତାଙ୍କ ତରଫରୁ କାର୍ଯ୍ୟ କରୁଥିବା କୌଣସି ଏଜେଣ୍ଟ ମାଧ୍ୟମରେ (ଯେପରିକି ଏକ ଡାଟା କିମ୍ବା ମିଡିଆ କ୍ରୟ କରିବା ଏଜେଣ୍ଟ) କାର୍ଯ୍ୟ କରୁ.

ଆମର ଉପଭୋକ୍ତାମାନଙ୍କୁ ଅନଲାଇନ୍ ଓ ଅଫଲାଇନ୍‌ରେ ପ୍ରଭାବଶାଳୀ ଓ ପ୍ରାସଙ୍ଗିକ ବିଜ୍ଞାପନ ବିତରଣ କରିବାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ଉପଭୋକ୍ତାମାନେ ଆମର ସେବାଗୁଡ଼ିକ ବ୍ୟବହାର କରନ୍ତି. ଆମେ ବିଜ୍ଞାପନଦାତାଙ୍କୁ ସେମାନଙ୍କର ସାମ୍ପ୍ରତିକ ଗ୍ରାହକଙ୍କ ଆଗ୍ରହ, ପସନ୍ଦ ଓ ଆବଶ୍ୟକତା ବୁଝିବାରେ ସାହାଯ୍ୟ କରୁ ଏବଂ ସମସ୍ତ ମିଡିଆ ଚେନଲଗୁଡ଼ିକରେ ସମ୍ଭାବ୍ୟ ନୂତନ ଗ୍ରାହକ ଖୋଜିବାରେ ମଧ୍ୟ ସେମାନଙ୍କ ସହାୟତା କରୁ. ଆମ ସେବାଗୁଡ଼ିକ ଉପଭୋକ୍ତାମାନଙ୍କୁ ସେମାନଙ୍କର ସାମ୍ପ୍ରତିକ ଓ ସମ୍ଭାବ୍ୟ ଗ୍ରାହକଙ୍କ ଏକୀକୃତ ଓ ସାମଗ୍ରିକ ଦୃଶ୍ୟ ପ୍ରଦାନ କରେ ଏବଂ ସେମାନଙ୍କର ଉତ୍ପାଦ ଊ ସେବା ପ୍ରତି ଆଗ୍ରହୀ ହେବାର ଅଧିକ ସମ୍ଭାବନା ଥିବା ଗ୍ରାହକଙ୍କୁ ବିଜ୍ଞାପନ ବିତରଣ କରିବାକୁ ଅନୁମତି ଦିଏ.

ଡାଟା ଅନ୍‌ବୋର୍ଡିଂ ଡାଟା ସମୃଦ୍ଧି ଯୋଜନା କରିବା
ଡାଟା ସ୍ଵଛତା  ଅନ୍ତର୍ଦୃଷ୍ଟି ସକ୍ରିୟ କରିବା
ଡାଟା ମେଳଣ ମଡେଲ୍ କରିବା  ଅନୁକୂଳନ
ID ରିଜୋଲ୍ୟୁସନ୍ ସେଗ୍‌ମେଣ୍ଟ କରିବା ମାପିବା ଓ ରିପୋର୍ଟ କରିବା
ପ୍ରୋଫାଇଲ୍ କରିବା
ସିମ୍ୟୁଲେଟ୍ କରିବା

ଉପରେ ତାଲିକାଭୁକ୍ତ ପ୍ରତ୍ୟେକ ସେବାର ବର୍ଣ୍ଣନା ପାଇଁ, ଦୟାକରି ପ୍ରକ୍ରିୟାକରଣର ଉଦ୍ଦେଶ୍ୟ ଦେଖନ୍ତୁ।

ଆମେ ସଂଗ୍ରହ କରୁଥିବା ସୂଚନା

ଆମର ସେବା ପ୍ରଦାନ କରିବା ସମୟରେ ଆମେ ବ୍ୟକ୍ତିଗତ ସୂଚନା ସହିତ ବିଭିନ୍ନ ପ୍ରକାରର ସୂଚନା ସଂଗ୍ରହ ଓ ବ୍ୟବହାର କରୁ:

ଚିହ୍ନଟକ (“IDs”)

  • ପୂର୍ଣ୍ଣ ନାମ, ଫୋନ ନମ୍ବର, ଟେଲିଫୋନ ନମ୍ବର ଅନ୍ତର୍ଭୁକ୍ତ କରୁଥିବା ଅଫଲାଇନ୍ IDs;
  • ଇମେଲ ଠିକଣା, IP ଠିକଣା, କୁକି ID ଆଦି ଅନଲାଇନ୍ IDsରେ ଅନ୍ତର୍ଭୁକ୍ତ, Apple’ର “IDFA” ଏବଂ Googleର ବିଜ୍ଞାପନ ID ଭଳି ମୋବାଇଲ ବିଜ୍ଞାପନ ID (MAIDs) ଡିଭାଇସ୍ IDରେ ଅନ୍ତର୍ଭୁକ୍ତ;
  • ଯାହା ଉପଭୋକ୍ତାଙ୍କୁ ଏହାର ନିଜ ପରିଚୟ ପରିବେଶରେ ସ୍ୱତନ୍ତ୍ର ଭାବରେ ଗ୍ରାହକମାନଙ୍କୁ ଚିହ୍ନଟ କରୁଥିବା Choreographର ମାଲିକାନା ID(ଗୁଡ଼ିକ)ରେ “K-LINK”, “ChoreoID”, “[mP] ID” ଅନ୍ତର୍ଭୁକ୍ତ ଅଟେ; ଏବଂ
  • ସର୍ଭେରେ ଉତ୍ତର ଦେଉଥିବା ଗ୍ରାହକଙ୍କ ସର୍ଭେ କିମ୍ବା ପେନଲ ID କିମ୍ବା ତୃତୀୟ ପକ୍ଷ ଅନ୍‌ବୋର୍ଡ କରୁଥିବା ଭାଗୀଦାରଙ୍କ IDs ସହିତ ତୃତୀୟ ପକ୍ଷରୁ ଆମେ ଗ୍ରହଣ କରିପାରିବା ପରି ଅନ୍ୟ IDs ଅନ୍ତର୍ଭୁକ୍ତ କରେ.

ନେଣଦେଣ ଓ କ୍ରୟ ଡାଟା ସହିତ ଉତ୍ପାଦ ବର୍ଗ (ଯଥା, ଅଳଙ୍କାର, ପୋଷାକ, ଗୃହପାଳିତ ପଶୁ, ଭ୍ରମଣ, କ୍ରୀଡା) ଏବଂ କ୍ରୟ ବିବରଣ (ଯଥା, ଅର୍ଡର ସଂଖ୍ୟା, ମୂଲ୍ୟ ଖର୍ଚ୍ଚ, ଦେୟ ପ୍ରକାର, କ୍ରୟ ପଦ୍ଧତି) ଅନ୍ତର୍ଭୁକ୍ତ। ବେଙ୍କ ବିବରଣୀ, କ୍ରେଡିଟ କାର୍ଡ ବିବରଣୀ କିମ୍ବା ଅନ୍ୟାନ୍ୟ ଆର୍ଥିକ ଏକାଉଣ୍ଟ ସ୍ତରର ବିବରଣୀଗୁଡ଼ିକ ଆମେ ସଂଗ୍ରହ କରୁନାହୁଁ. ଗ୍ରାହକଙ୍କ ଦ୍ଵାରା ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ କିମ୍ବା ଉତ୍ପାଦ କିଣିବା ପାଇଁ ସମ୍ଭାବନା କିମ୍ବା “ପ୍ରବୃତ୍ତି” ବିଷୟରେ ମଡେଲ ହୋଇଥିବା କାରବାର ଡାଟା ମଧ୍ୟ ଆମେ ବ୍ୟବହାର କରୁ.

ଡିଭାଇସ୍ ଓ ବ୍ରାଉଜର୍ ସୂଚନା ଯେଉଁଥିରେ ବ୍ରାଉଜର୍ ପ୍ରକାର ଓ ସଂସ୍କରଣ, ବ୍ରାଉଜର୍ ଭାଷା, ଅପରେଟିଙ୍ଗ ସିଷ୍ଟମ୍ ଓ ସଂଯୋଗ ପ୍ରକାର (ଯଥା, ତାର ବିଶିଷ୍ଟ କିମ୍ବା Wi-Fi) ଅନ୍ତର୍ଭୁକ୍ତ ହୋଇଥାଏ।

ଅନଲାଇନ୍ କାର୍ଯ୍ୟକଳାପର ସୂଚନା ଯେଉଁଥିରେ ପେଜ୍ URL (କିମ୍ୱା ପେଜ୍ URL ବର୍ଗ), ସାଇଟ୍/ପେଜ୍, ଉପଭୋକ୍ତା ବିଜ୍ଞାପନ ଦେଖିବା ପୂର୍ବରୁ ଆସିଥିବା ସାଇଟ୍/ପେଜ୍, ଅନଲାଇନ୍ କାର୍ଯ୍ୟକଳାପର ତାରିଖ ଓ ସମୟ, ସାଇଟ୍‌କୁ ଆସିବାର ବାରମ୍ୱାରତା, ସାଇଟ୍‌ରେ ବ୍ୟବହାର କରାଯାଇଥିବା ସର୍ଚ୍ଚ ବା ସନ୍ଧାନ ପାଇଁ ଶବ୍ଦ, କୌଣସି ବିଜ୍ଞାପନ ସହିତ ବାର୍ତ୍ତାଳାପ (ଉଦାହରଣସ୍ୱରୂପ, ଆପଣ କୌଣସି ବିଜ୍ଞାପନ ଉପରେ କ୍ଲିକ୍ କରିଥିଲେ କି ନାହିଁ), ତାହା ସହିତ ବିଜ୍ଞାପନର ବିଷୟବସ୍ତୁ ଏବଂ ବିଜ୍ଞାପନଦାତା କିମ୍ୱା ପ୍ରକାଶକ ସାଇଟ୍‌ରେ ବିଷୟବସ୍ତୁକୁ ନେଇ ବାର୍ତ୍ତାଳାପ, ଯେଉଁଥିରେ ଉତ୍ପାଦ ସୂଚନା "ଉତ୍ପାଦ ID" ଭାବରେ ଗଚ୍ଛିତ ଅଛି।

ସାମାଜିକ ପରିସଂଖ୍ୟାନାତ୍ମକ ସୂଚନା ବୟସ, ଲିଙ୍ଗ, ଆୟ, ବୈବାହିକ ସ୍ଥିତି, ଗୃହର ସ୍ଥିତି, ଶିକ୍ଷା ଅନ୍ତର୍ଭୁକ୍ତ କରି।

ସାଇକୋଗ୍ରାଫିକ୍ ସୂଚନା ଯେଉଁଥିରେ ରୁଚି, ଜୀବନଶୈଳୀ, ମନୋଭାବ, ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ ଥାଏ।

ଅବସ୍ଥାନ ଡାଟା ଯେଉଁଥିରେ ଡାକ ଠିକଣା, IP ଠିକଣା (ଯାହାକୁ ଦେଶ, ଅଞ୍ଚଳ, କିମ୍ବା ପୋଷ୍ଟ କୋଡ୍/ଜିପ୍ କୋଡ୍ ସ୍ତରର ଅବସ୍ଥାନ ଡାଟାରେ ପରିବର୍ତ୍ତିତ କରାଯାଏ) ଏବଂ ସମ୍ପତ୍ତି/ଘରଗୁଡିକର ଅକ୍ଷାଂଶ/ଦ୍ରାଘିମା ଡାଟା (ୟୁଏସ’ରେ) ଅନ୍ତର୍ଭୁକ୍ତ ଥାଏ।

ସମ୍ୱେଦନଶୀଳ ତଥ୍ୟ ଯାହାକି ଅନ୍ତର୍ଭୁକ୍ତ କରେ ଲିଙ୍ଗଗତ ପରିଚୟ, ଯୌନଗତ ଦିଗ, ଭିନ୍ନକ୍ଷମତା, ଧର୍ମ, ବଂଶୋଦ୍ଭବତା, ସ୍ୱାସ୍ଥ୍ୟ ତଥ୍ୟ (ତଳେ ଦେଖନ୍ତୁ)। Choreograph ସମ୍ୱେଦନଶୀଳ ତଥ୍ୟକୁ ଟାର୍ଗେଟିଂ କିମ୍ୱା ରିଟାର୍ଗେଟିଂ ପାଇଁ ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ।

ସ୍ୱାସ୍ଥ୍ୟ ତଥ୍ୟ ବ୍ୟକ୍ତିଗତ ସ୍ତରରେ ସ୍ୱାସ୍ଥ୍ୟ ସ୍ଥିତି କିମ୍ୱା ଚିକିତ୍ସା ବିଷୟରେ ସୂଚନା। ଆମର ସ୍ୱାସ୍ଥ୍ୟ ତଥ୍ୟରେ ସ୍ୱାସ୍ଥ୍ୟ ବୀମା ପୋର୍ଟେବିଲିଟି ଓ ଉତ୍ତରଦାୟିତ୍ୱ ଅଧିନିୟମ (HIPAA) ଦ୍ୱାରା ନିୟନ୍ତ୍ରିତ କୌଣସି "ସଂରକ୍ଷିତ ସ୍ୱାସ୍ଥ୍ୟ ସୂଚନା" (PHI) ଅନ୍ତର୍ଭୁକ୍ତ ନାହିଁ।

ଉପରେ ତାଲିକାଭୁକ୍ତ ସମସ୍ତ ସୂଚନା ସେବା ପ୍ରଦାନ କରାଯାଉଥିବା ସମସ୍ତ କ୍ଷେତ୍ରରେ ସଂଗ୍ରହ ଓ ବ୍ୟବହାର କାରାଯାଏ ନାହିଁ। ଆପଣଙ୍କ ବିଷୟରେ କେଉଁ ବ୍ୟକ୍ତିଗତ ସୂଚନା ଆମେ ରଖିଛୁ, ଯଦି ତାହା ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ ଦୟାକରି ଆମର ଗ୍ରାହକ ପସନ୍ଦ ପୋର୍ଟାଲ ବ୍ୟବହାର କରନ୍ତୁ।

ଆମେ ଏହି ସୂଚନା କିପରି ବ୍ୟବହାର କରୁ

ତଳେ ଦିଆଯାଇଥିବା ସାରଣୀ ଆମେ ସେବା ପ୍ରଦାନ କରିବା ସମୟରେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାରର ସୂଚନାର ଉଦ୍ଦେଶ୍ୟ ବର୍ଣ୍ଣନା କରିଥାଏ। ପ୍ରତ୍ୟେକ ଉଦ୍ଦେଶ୍ୟର ବର୍ଣ୍ଣନା ପାଇଁ ପ୍ରକ୍ରିୟାକରଣର ଉଦ୍ଦେଶ୍ୟ ସେକ୍ସନ୍‌ରେ ଅଧିକ ବିବରଣୀ ଦେଖନ୍ତୁ। ନିମ୍ନରେ ଧାର୍ଯ୍ୟ କରାଯାଇଥିବା ଉଦ୍ଦେଶ୍ୟ ସହିତ, ଆମେ ଜାଲିଆତି ଚିହ୍ନଟ କିମ୍ବା ରୋକିବା, ଆମର ଆଇନଗତ ଅଧିକାରକୁ ରକ୍ଷା କରିବା ଏବଂ ଆଇନ ପାଳନ କରିବା ପାଇଁ ଆମେ ସଂଗ୍ରହ କରିଥିବା ସମସ୍ତ କିମ୍ବା ଏକ ମିଶ୍ରଣର ସୂଚନା ବ୍ୟବହାର କରିପାରିବା।

ସୂଚନା ପ୍ରକାର ଆମେ ଏହି ସୂଚନା କିପରି ବ୍ୟବହାର କରୁ
ଡାଟା ଅନ୍‌ବୋର୍ଡିଂ ଡାଟା ସ୍ଵଛତା ଡାଟା ମେଳଣ ID ରିଜୋଲ୍ୟୁସନ୍
ସମ୍ପୂର୍ଣ୍ଣ ନାମ ଡାକ ଠିକଣା ଇମେଲ୍ ଠିକଣା ଫୋନ୍ ନମ୍ବର
IP ଠିକଣା, କୁକି ID, MAID, ଡିଭାଇସ୍ ID ସହିତ ଅନଲାଇନ୍ IDs
ସର୍ଭେ କିମ୍ବା ପେନେଲ୍ ID ✓ (ଦବାଇବା)
ସର୍ଭେ ପ୍ରତିକ୍ରିୟା
କ୍ରୟ ଓ ନେଣଦେଣ ଡାଟା
ଡିଭାଇସ୍ ଓ ବ୍ରାଉଜର୍ ସୂଚନା
ଅନଲାଇନ୍ କାର୍ଯ୍ୟକଳାପ ସୂଚନା
ଅବସ୍ଥାନ ସୂଚନା
ସମ୍ୱେଦନଶୀଳ ତଥ୍ୟ
ସୂଚନା ପ୍ରକାର ଆମେ ଏହି ସୂଚନା କିପରି ବ୍ୟବହାର କରୁ
ଡାଟା ସମୃଦ୍ଧି ଅନ୍ତର୍ଦୃଷ୍ଟି ମଡେଲ୍ କରିବା ସେଗ୍‌ମେଣ୍ଟ କରିବା ପ୍ରୋଫାଇଲ୍ କରିବା ସିମ୍ୟୁଲେଟ୍ କରିବା
ସମ୍ପୂର୍ଣ୍ଣ ନାମ ଡାକ ଠିକଣା ଇମେଲ୍ ଠିକଣା ଫୋନ୍ ନମ୍ବର
IP ଠିକଣା, କୁକି ID, MAID, ଡିଭାଇସ୍ ID ସହିତ ଅନଲାଇନ୍ IDs
ସର୍ଭେ କିମ୍ବା ପେନେଲ୍ ID
ସର୍ଭେ ପ୍ରତିକ୍ରିୟା
କ୍ରୟ ଓ ନେଣଦେଣ ଡାଟା
ଡିଭାଇସ୍ ଓ ବ୍ରାଉଜର୍ ସୂଚନା
ଅନଲାଇନ୍ କାର୍ଯ୍ୟକଳାପ ସୂଚନା
ଅବସ୍ଥାନ ସୂଚନା
ସମ୍ୱେଦନଶୀଳ ତଥ୍ୟ  ✗  ✗  ✗
ସୂଚନା ପ୍ରକାର ଆମେ ଏହି ସୂଚନା କିପରି ବ୍ୟବହାର କରୁ
ଯୋଜନା କରିବା ସକ୍ରିୟ କରିବା ଅନୁକୂଳନ ମାପିବା ଓ ରିପୋର୍ଟ କରିବା
ସମ୍ପୂର୍ଣ୍ଣ ନାମ ଡାକ ଠିକଣା ଇମେଲ୍ ଠିକଣା ଫୋନ୍ ନମ୍ବର
IP ଠିକଣା, କୁକି ID, MAID, ଡିଭାଇସ୍ ID ସହିତ ଅନଲାଇନ୍ IDs
ସର୍ଭେ କିମ୍ବା ପେନେଲ୍ ID
ସର୍ଭେ ପ୍ରତିକ୍ରିୟା
କ୍ରୟ ଓ ନେଣଦେଣ ଡାଟା
ଡିଭାଇସ୍ ଓ ବ୍ରାଉଜର୍ ସୂଚନା
ଅନଲାଇନ୍ କାର୍ଯ୍ୟକଳାପ ସୂଚନା
ଅବସ୍ଥାନ ସୂଚନା
ସମ୍ୱେଦନଶୀଳ ତଥ୍ୟ  ✗  ✗

 

ପ୍ରକ୍ରିୟାକରଣର ଉଦ୍ଦେଶ୍ୟ

ପ୍ରକ୍ରିୟାକରଣର ଉଦ୍ଦେଶ୍ୟ ଉଦ୍ଦେଶ୍ୟର ବର୍ଣ୍ଣନା
ଡାଟା ଅନ୍‌ବୋର୍ଡିଂ ଉପଭୋକ୍ତାଙ୍କ ଡାଟା Choreographର ଡାଟା ପରିବେଶରେ କିମ୍ବା ଏକ ତୃତୀୟ ପକ୍ଷ ଆୟୋଜିତ ସ୍ୱଚ୍ଛ ରୁମ୍ ପରିବେଶକୁ ଆଣିବା. ତୃତୀୟ ପକ୍ଷ ଲାଇସେନ୍ସପ୍ରାପ୍ତ ଡାଟାକୁ Choreographର ଟେକ୍ନୋଲୋଜି ପ୍ଲାଟଫର୍ମଗୁଡ଼ିକରେ ଆଣିବା.
ଡାଟା ସ୍ଵଛତା ମିଶାଇବା/ବାହାର କରିବା, ଠିକଣା ମାନକୀକରଣ ଓ ଦବାଇବା ଦ୍ଵାରା ଉପଭୋକ୍ତାଙ୍କ ଡାଟା ଖାଲି କରିବା.
ଡାଟା ମେଳଣ ଗ୍ରାହକମାନଙ୍କ ସହିତ ମେଳ ଥିବା ଉପଭୋକ୍ତାଙ୍କ ଡାଟା Choreograph ମାଲିକାନା ଡାଟାବେସ୍‌ରେ ରଖାଯାଏ. ଅଫଲାଇନ୍‌ରେ ସଂଗୃହିତ ଡାଟା (ଯଥା ନାମ, ଡାକ ଠିକଣା ଇତ୍ୟାଦି) ଆପଣଙ୍କର ଅନଲାଇନ୍ କାର୍ଯ୍ୟକଳାପ କିମ୍ବା ଅନଲାଇନ୍ IDs (ଯଥା ଡିଭାଇସ୍ ID, କୁକି ID ଇତ୍ୟାଦି) ସହିତ ମିଳାଇବା ଭଳି ଅନଲାଇନ୍ ସହିତ ଅଫଲାଇନ୍ ଡାଟା ମେଳ କରିବା. ଦୁଇଟି କିମ୍ବା ଅଧିକ ଡିଭାଇସ୍ ସମାନ ବ୍ୟବହାରକାରୀ କିମ୍ବା ପରିବାରର ବୋଲି ନିର୍ଣ୍ଣୟ କରିବାକୁ ବିଭିନ୍ନ ଡିଭାଇସ୍ ମଧ୍ୟରେ ମେଳ କରାଇବା
ID ରିଜୋଲ୍ୟୁସନ୍ ଚିହ୍ନା ଓ ଅଚିହ୍ନା ଗ୍ରାହକଙ୍କ ମଧ୍ୟରେ ଏକ ଉପଭୋକ୍ତା-ମାଲିକାନା ଏକକ ଗ୍ରାହକ ଦୃଶ୍ୟ ସୃଷ୍ଟି କରିବା. Choreographର ମାଲିକାନା ID ସହିତ ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ID ନ୍ୟସ୍ତ କରିବା.
ଡାଟା ସମୃଦ୍ଧି Choreographର ମାଲିକାନା ଡାଟାବେସ୍‌ରୁ ଗ୍ରାହକ ଡାଟା ଯୋଗ କରିବା (କିମ୍ବା ଯୋଡ଼ିବା) ଦ୍ୱାରା ଉପଭୋକ୍ତା ଡାଟାକୁ ସମୃଦ୍ଧ କରିବା
ଅନ୍ତର୍ଦୃଷ୍ଟି ଗ୍ରାହକଙ୍କ ଆଗ୍ରହ, ପ୍ରେରଣା, ଆଚରଣ ଓ ପ୍ରାଥମିକତା ବିଷୟରେ ବୁଝିବା କିମ୍ବା ଅନ୍ତର୍ଦୃଷ୍ଟି ପାଇବା ପାଇଁ ଡାଟାର ଏକ ସଂଗ୍ରହକୁ ବ୍ୟବହାର କରିବା. ଏହା ଏକ ବ୍ୟକ୍ତିଗତ ଗ୍ରାହକ ସ୍ତରରେ କିମ୍ବା ଏକ ସମଗ୍ର ଗୋଷ୍ଠୀ କିମ୍ବା ଜନସଂଖ୍ୟା ସ୍ତରରେ ହୋଇପାରେ
ମଡେଲ୍ କରିବା ଗ୍ରାହକଙ୍କ ଆଚରଣର ପୂର୍ବାନୁମାନ କରିବା କିମ୍ବା ଗ୍ରାହକଙ୍କ ବିଷୟରେ ସମ୍ଭାବ୍ୟ ବୈଶିଷ୍ଟ୍ୟଗୁଡ଼ିକ ସୂଚିତ କରିବା ପାଇଁ ମଡେଲ୍ ସୃଷ୍ଟି କରିବା (କିମ୍ବା “ନିୟମ”ର ଏକ ସେଟ୍).
ସେଗ୍‌ମେଣ୍ଟ କରିବା ପ୍ରକୃତ କିମ୍ବା ଆନୁମାନିକ ସୂଚନା ଆଧାରରେ ସମାନ କିମ୍ବା ସାଦୃଶ୍ୟ ଗୁଣ, ଅବସ୍ଥା, ଆବଶ୍ୟକତା କିମ୍ବା ପସନ୍ଦ ଅଂଶୀଦାର କରୁଥିବା ଗ୍ରାହକମାନଙ୍କର ଗୋଷ୍ଠୀ ସୃଷ୍ଟି କରିବା (ବେଳେବେଳେ ସେଗ୍‌ମେଣ୍ଟ, ଅଡିଅନ୍ସ କିମ୍ବା ତାଲିକା କୁହାଯାଏ).
ପ୍ରୋଫାଇଲ୍ କରିବା ମଡେଲ୍ କରିବା, ସେଗ୍‌ମେଣ୍ଟ କରିବା ଏବଂ ସକ୍ରିୟ କରିବାରେ ବ୍ୟବହାର କରାଯିବା ପାଇଁ ଗ୍ରାହକମାନଙ୍କୁ ସେମାନଙ୍କର ସମ୍ଭାବ୍ୟ ବୈଶିଷ୍ଟ୍ୟ, ଆଚରଣ ଏବଂ/କିମ୍ବା ଜନସଂଖ୍ୟା ଆଧାରରେ ଲେବଲ୍ କରିବା କିମ୍ବା ବର୍ଣ୍ଣନା କରିବା.
ସିମ୍ୟୁଲେଟ୍ କରିବା ଉପଭୋକ୍ତା ଡାଟା ଏବଂ Choreograph ଡାଟା ବ୍ୟବହାର କରି ଜନସଂଖ୍ୟା ଆଚରଣକୁ ଅନୁକରଣ କରି ମାର୍କେଟିଂର ସମ୍ଭାବ୍ୟ ଫଳାଫଳଗୁଡ଼ିକର ପରୀକ୍ଷା କରିବା.
ଯୋଜନା କରିବା ସ୍ୱୟଂଚାଳିତ ଉପକରଣଗୁଡ଼ିକର ବ୍ୟବହାର ସହିତ ସମସ୍ତ ଚେନଲ୍‌ରେ ମିଡିଆ କ୍ରୟ ଯୋଜନା କରିବା
ସକ୍ରିୟ କରିବା ଅନଲାଇନ୍ ବିଜ୍ଞାପନ ପାଇଁ ମିଡିଆ କିଣିବା ଏବଂ ସାମାଜିକ ପ୍ଲାଟ୍‌ଫର୍ମକୁ ଅଡିଅନ୍ସଙ୍କୁ ବିତରଣ କରିବା. ଅଫଲାଇନ୍ ବିଜ୍ଞାପନ (ଯଥା, ମେଲ୍, ଫୋନ୍) ପାଇଁ ଉପଭୋକ୍ତାଙ୍କର କିମ୍ବା ତୃତୀୟ-ପକ୍ଷଙ୍କର ଫୁଲ୍‌ଫିଲମେଣ୍ଟ ହାଉସ୍’କୁ ତାଲିକା ବିତରଣ କରିବା.
ଅନୁକୂଳନ ଆଗ୍ରହ, ଅବସ୍ଥାନ, ଭାଷା ପ୍ରାଥମିକତା ଆଦି ଆଧାରରେ ଉପଭୋକ୍ତାଙ୍କ ପାଇଁ ପ୍ରାସଙ୍ଗିକ ବିଜ୍ଞାପନ ତିଆରି କରିବା
ଅନ୍ୟ ତଥ୍ୟ (ଯେପରିକି ପାଣିପାଗ ସୂଚନା, ପୂର୍ବରୁ ଦେଖିଥିବା ଉତ୍ପାଦ ଆଦି) ସହ ବିଜ୍ଞାପନକୁ ଅନୁକୂଳନ କରିବା (ବାସ୍ତବ ସମୟକୁ ଅନ୍ତର୍ଭୁକ୍ତ କରି)
ଉପଭୋକ୍ତାଙ୍କ ଅନୁଭବଗୁଡ଼ିକୁ ବ୍ୟକ୍ତିଭିତ୍ତିକ କରିବା ପାଇଁ ପ୍ରଥମ ଯୋଗାଯୋଗରୁ ବିକ୍ରି/ରିଟାର୍ଗେଟିଂ ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ଯାତ୍ରାକୁ ବୁଝିବା
ମାପିବା ଓ ରିପୋର୍ଟ କରିବା ବିଜ୍ଞାପନ ଅଭିଯାନ କାର୍ଯ୍ୟଦକ୍ଷତା ମାପିବା ଓ ରିପୋର୍ଟ କରିବା

 

ସୂଚନାର ଉତ୍ସ

ଆମେ ବିଭିନ୍ନ ଉତ୍ସରୁ ସୂଚନା ପ୍ରାପ୍ତ କରୁ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି:

  • ଆମ ଗ୍ରାହକଙ୍କ ଠାରୁ, ଯେ କି ଆମ ପ୍ଲାଟ୍‌ଫର୍ମରେ ସେମାନଙ୍କର ତଥ୍ୟ ଅନ୍‌ବୋର୍ଡ କରି ଆମର ସେବାଗୁଡ଼ିକ ବ୍ୟବହାର କରିପାରନ୍ତି ଏବଂ ଗ୍ରାହକମାନଙ୍କର ୱେବ୍ ଓ ଆପ୍ ପ୍ରପର୍ଟିକୁ ଆସୁଥିବା ଉପଭୋକ୍ତାମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ଆମ କୁକିଜ୍ ଓ ପିକ୍ସେଲ୍ ବ୍ୟବହାର କରିପାରନ୍ତି। ଆମେ ବ୍ୟବହାର କରୁଥିବା କୁକିଜ୍ ବିଷୟରେ ଅଧିକ ସୂଚନା ପାଇଁ କୁକିଜ୍ ବିଭାଗ ଦେଖନ୍ତୁ।
  • ସିଧାସଳଖ ଭାବରେ ଉପଭୋକ୍ତାଙ୍କଠାରୁ, ଯେଉଁ ଉପଭୋକ୍ତାମାନେ ଆମ ସର୍ବେକ୍ଷଣରେ କିମ୍ୱା ସର୍ବେକ୍ଷଣଗୁଡ଼ିକରେ, ଯାହା ଆମର ତୃତୀୟପକ୍ଷ ପାର୍ଟନରଙ୍କ ଦ୍ୱାରା ପରିଚାଳିତ ଅଂଶଗ୍ରହଣ କରିବା ଏବଂ ୱେବ୍ ଓ ଆପ୍ ପ୍ରପର୍ଟିଗୁଡ଼ିକରେ କୁକିଜ୍, ପିକ୍ସେଲ୍ସ କିମ୍ବା ଅନ୍ୟ ସମାନ ପ୍ରକାରର ଅନଲାଇନ୍ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ସମ୍ମତ ହୋଇଛନ୍ତି, ସେମାନଙ୍କୁ ଅନ୍ତର୍ଭୁକ୍ତ କରି। ଆମେ କେବଳ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ସମ୍ୱେଦନଶୀଳ ତଥ୍ୟ ସଂଗ୍ରହ କରୁ, ଯେଉଁଠାରେ ଉପଭୋକ୍ତାମାନେ ସ୍ୱେଚ୍ଛାରେ ସୂଚନା ପ୍ରଦାନ କରିଥା’ନ୍ତି (କିମ୍ୱା ବଂଶୋଦ୍ଭବତା ତଥ୍ୟ କ୍ଷେତ୍ରରେ, ଜନସାଂଖ୍ୟିକୀୟ କିମ୍ୱା ଭୌଗୋଳିକ ସୂଚନା ଆଧାରରେ ନମୁନା ପ୍ରସ୍ତୁତ ହୋଇଥାଏ)।  ଆମେ ବ୍ୟବହାର କରୁଥିବା କୁକିଜ୍ ବିଷୟରେ ଅଧିକ ସୂଚନା ପାଇଁ କୁକିଜ୍ ବିଭାଗ ଦେଖନ୍ତୁ।
  • ଆମ ବ୍ୟବସାୟରବିଭିନ୍ନ ଅଂଶରୁ. ଉଦାହରଣସ୍ୱରୂପ, ଆମ୍ଭେମାନେ ଆମର ସମବାୟ ବ୍ୟବସାୟଗୁଡ଼ିକ (i-Behaviour ଏବଂ Conexance)ର ସଦସ୍ୟମାନଙ୍କଠାରୁ ମିଳିଥିବା କାରବାର ସୂଚନା ନେଇଥାଉ ଏବଂ ଏହି ସୂଚନାକୁ ସାଧାରଣ ଉତ୍ପାଦ ବର୍ଗ ଯଥା ‘‘ମହିଳାମାନଙ୍କର ପୋଷାକ’’ ଏବଂ ‘‘ପୁନରାବୃତ୍ତି’’, ‘‘ବାରମ୍ବାରତା’’ ଏବଂ ‘‘ଅର୍ଥ ସମ୍ବନ୍ଧୀୟ’’ ମେଟ୍ରିକ୍ସରେ ରୂପାନ୍ତରିତ କରିଥାଉ, ଯେପରିକି ମହିଳାଙ୍କ ପୋଷାକ ପାଇଁ ଶେଷ ଅର୍ଡର୍ ତାରିଖ, ଗତ 12 ମାସ ମଧ୍ୟରେ ମହିଳାଙ୍କ ପୋଷାକ ପାଇଁ ଅର୍ଡର୍‌ଗୁଡ଼ିକର ସଂଖ୍ୟା, ମୋଟ ଖର୍ଚ୍ଚ ହୋଇଥିବା ପରିମାଣ ଏବଂ ଗତ 12 ମାସ ମଧ୍ୟରେ ମହିଳାଙ୍କ ପୋଷାକ ପାଇଁ ହାରାହାରି ଖର୍ଚ୍ଚ ମୂଲ୍ୟ ଇତ୍ୟାଦି।
  • ସାର୍ବଜନୀନ ରେକର୍ଡଗୁଡ଼ିକରୁ, ଯେଉଁଠାରେ ନିର୍ଦ୍ଦିଷ୍ଟ ଦେଶଗୁଡ଼ିକରେ ଉପଲବ୍ଧ ରହିଥାଏ, ଯେପରକି ବୃତ୍ତିଗତ ଓ ମନୋରଞ୍ଜନାତ୍ମକ ଲାଇସେନ୍ସ (ଯଥା ମାଛ ଧରିବା ଲାଇସେନ୍ସ), ଡାକ ରେକର୍ଡ (ଠିକଣା ମାନକୀକରଣ ପାଇଁ), ଅବଦମନ ତାଲିକା (ଯଥା ଡୁ ନଟ୍ କଲ୍ ବା କଲ୍ କରନ୍ତୁ ନାହିଁ ରେଜିଷ୍ଟ୍ରି) ଏବଂ ସେନସସ୍ ରେକର୍ଡଗୁଡ଼ିକରୁ.
  • ଆମର ଭରସାଯୋଗ୍ୟ ତୃତୀୟ-ପକ୍ଷ ଅଂଶୀଦାରବୃନ୍ଦଙ୍କ ତରଫରୁ. ଏହି ଅଂଶୀଦାରବୃନ୍ଦଙ୍କ ମଧ୍ୟରୁ କେତେକ ବିଭିନ୍ନ ଉତ୍ସରୁ ତଥ୍ୟ ସମ୍ମିଳିତ କରିପାରନ୍ତି.

କୁକିଜ୍

ଏହି ବିଭାଗ ଆମର ସେବାଗୁଡ଼ିକ ଉପଭୋକ୍ତାମାନଙ୍କୁ ପ୍ରଦାନ କଲାବେଳେ, ରୁଚିଭିତ୍ତିକ କିମ୍ବା ଆଚରଣ ସମ୍ବନ୍ଧିତ ବିଜ୍ଞାପନକୁ ଅନ୍ତର୍ଭୁକ୍ତ କରି, ଆମେ ବ୍ୟବହାର କରୁଥିବା କୁକିଜ୍​ଗୁଡ଼ିକ ବିଷୟରେ ବର୍ଣ୍ଣନା କରିଥାଏ। ଏହା ସେହି କୁକିଜ୍​ଗୁଡ଼ିକୁ ଅନ୍ତର୍ଭୁକ୍ତ କରେ, ଯାହାକୁ କି ଆମ ଉପଭୋକ୍ତାଙ୍କ ୱେବ୍ ପ୍ରପର୍ଟିଜ୍‌କୁ ଭିଜିଟ୍ କଲାବେଳେ ଆମେ ବ୍ରାଉଜର୍​ରେ ସ୍ଥାପନ କରିପାରୁ କିମ୍ବା ଆମ କ୍ଲାଏଣ୍ଟଙ୍କ ବିଜ୍ଞାପନଗୁଡ଼ିକ ପ୍ରଦର୍ଶନ କରୁଥିବା ପ୍ରପର୍ଟିଜ୍‌ଗୁଡ଼ିକରେ ସ୍ଥାପନ କରିପାରୁ. ଆମ କର୍ପୋରେଟ୍ ୱେବସାଇଟ୍‌ରେ ଆମେ ବ୍ୟବହାର କରୁଥିବା କୁକିଜ୍ ପାଇଁ, ଦୟାକରି ଆମର କୁକିଜ୍ ନୀତି ଦେଖନ୍ତୁ।

ଏକ କୁକି ହେଉଛି ଗୋଟିଏ ଅକ୍ଷର ସଂଖ୍ୟାତ୍ମକ ଟେକ୍ସଟ୍ ଫାଇଲ୍, ଯାହାକି ଏକ ୱେବସାଇଟ୍ ଦ୍ୱାରା କିମ୍ବା ଏକ ତୃତୀୟ ପକ୍ଷ ବିଜ୍ଞାପନ ସର୍ଭର୍ ଦ୍ୱାରା କିମ୍ବା ସେହି ୱେବସାଇଟ୍ ଅନୁମତି ଦେଉଥିବା ଅନ୍ୟ ତୃତୀୟ ପକ୍ଷ ଦ୍ୱାରା କିମ୍ବା ସେହି ବ୍ରାଉଜର୍​କୁ ଚିହ୍ନିତ କରିବା ପାଇଁ ଏବଂ ସେହି ବ୍ୟବହାରକାରୀଙ୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ମନେରଖିବା ପାଇଁ ତୃତୀୟ ପକ୍ଷ ଦ୍ୱାରା ଏକ ବ୍ରାଉଜର୍​ରେ ଗଚ୍ଛିତ ରଖାଯାଇଥାଏ. ଏଗୁଡ଼ିକ ସ୍ଥାୟୀ କୁକିଜ୍ (ଅର୍ଥାତ୍ ସେଗୁଡ଼ିକର ମିଆଦ ଶେଷ ହେବା ପର୍ଯ୍ୟନ୍ତ କିମ୍ବା ଜଣେ ବ୍ୟବହାରକାରୀଙ୍କ ଦ୍ୱାରା ବିଲୋପିତ/ଅପସାରିତ ହେବା ପର୍ଯ୍ୟନ୍ତ ଗଚ୍ଛିତ ରହିଥାଏ) ହୋଇଥାଏ, ଯାହାକି ସ୍ୱତନ୍ତ୍ର ଅକ୍ରମିତ ଭାବରେ ଉତ୍ପନ୍ନ ହୋଇଥିବା ମୂଲ୍ୟ ଧାରଣ କରେ, ଯାହା ଆମର ସେବାକୁ ବ୍ରାଉଜର୍​ ଓ ଡିଭାଇସ୍ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାକୁ ସକ୍ଷମ କରିଥାଏ ଏବଂ ଏଗୁଡ଼ିକ ଜଣେ ବ୍ୟବହାରକାରୀଙ୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ସହିତ ଜଡ଼ିତ ହୋଇଥାଏ। ଆମ କୁକିଜ୍, ଏହି ସମ୍ପର୍କିତ ବ୍ୟବହାରକାରୀ ସୂଚନା ସହିତ ଆମର ସେବା ପ୍ରଦର୍ଶନରେ ତଥା ରୁଚିଭିତ୍ତିକ ବିଜ୍ଞାପନ ପ୍ରଦାନରେ ବ୍ୟବହୃତ ହୋଇଥାଏ।

ନିମ୍ନଲିଖିତ ସାରଣୀ ଆମର କୁକିଜ୍ ବିଷୟରେ ସୂଚନା ପ୍ରଦାନ କରିଥାଏ।

କୁକୀର ନାମ ଡୋମେନ୍ କୁକୀର ସମୟସୀମା କୁକୀ ରିଫ୍ରେଶ୍ ହୁଏ କି? କୁକୀରେ ଗଚ୍ଛିତ ହୋଇଥିବା ସୂଚନା ବ୍ୟବହାର ଘଟଣା IAB ସ୍ୱଚ୍ଛତା ଓ ସହମତି ରୂପରେଖ (କେବଳ GDPR) ଅଧୀନରେ ପଞ୍ଜୀକୃତ ଉଦ୍ଦେଶ୍ୟଗୁଡ଼ିକ
id mookie1.com 395 ଦିନ ହଁ ୟୁନିଭର୍ସଲ୍ ସିରିୟଲ୍ ନମ୍ୱର୍ ସକ୍ରିୟ କରିବା
ଅନୁକୂଳନ
ରିପୋର୍ଟ କରିବା
ମାପ (ବିଶେଷତା) (
ସୁରକ୍ଷା
1, 2, 3, 4, 5, 6, 7, 8, 9, 10
ov mookie1.com 395 ଦିନ ହଁ ଅନନ୍ୟ ଚିହ୍ନଟକାରୀ ରିପୋର୍ଟ କରିବା
ମାପ (ବିଶେଷତା)
ସୁରକ୍ଷା
1, 7, 8, 10
ଏମ୍​ଡାଟା mookie1.com 395 ଦିନ ହଁ ଅନନ୍ୟ କ୍ରମିକ ସଂଖ୍ୟା
ସମୟ ଷ୍ଟାମ୍ପ ସୃଷ୍ଟି କରିବା
କୁକିଜ୍ ସଂସ୍କରଣ
ସକ୍ରିୟ କରିବା 1, 2, 3, 4, 5, 6, 10
syncdata_<PARTNER> mookie1.com 10 ଦିନ ହଁ ଅନନ୍ୟ କ୍ରମିକ ସଂଖ୍ୟା
ସମୟ ଷ୍ଟାମ୍ପ ସୃଷ୍ଟି କରିବା
ଡାଟା ପାର୍ଟନର୍‌ଙ୍କର ଭିଜିଟର୍ id
ଡାଟା ମେଳଣ କରିବା
ସକ୍ରିୟ କରିବା
1, 2, 3, 4, 5, 6, 10
ibkukiuno ib.mookie1.com 365 ଦିନ ହଁ ହାଶ୍ କରାଯାଇଥିବା ଇମେଲ୍
ଅଧିବେଶନ id
Choreograph ID (ଏହାକୁ କୁହାଯାଏ “Velo Id”)
କୁକୀ ବ୍ୟବହାର କରାଯାଇଥିବା ଶେଷ ତାରିଖ
Offerpath Id
Velo ପ୍ରୋଫାଇଲ୍ ଲୁକ୍‌ଅପ୍ ପଦ୍ଧତି
ଇମେଲ୍ ହାଶ୍ ଲୁକ୍‌ଅପ୍ ପଦ୍ଧତି
କୁକୀ ତିଆରି ହୋଇଥିବା ତାରିଖ
କୁକୀ ଦେଖାଯାଇଥିବା ସମୟମାନ
N/A
ibkukinet ib.mookie1.com 365 ଦିନ ହଁ IP ଠିକଣା
ତାରିଖ
N/A
src0_xxxx d.lemonpi.io 30 ଦିନ ହଁ କୌଣସି ଉପଭୋକ୍ତାଙ୍କ ଦ୍ୱାରା ବିଜ୍ଞାପନଦାତାଙ୍କ ୱେବସାଇଟ୍‌ରେ ଦେଖାଯାଇଥିବା ଉତ୍ପାଦଗୁଡ଼ିକର ID ଅନୁକୂଳନ N/A
lpc d.lemonpi.io 30 ଦିନ ହଁ ଜଣେ ବିଜ୍ଞାପନଦାତାଙ୍କ ପ୍ରଚାର ପାଇଁ ରୂପାନ୍ତରଣ ID ସମୟଷ୍ଟାମ୍ପ
ଅନୁକୂଳନ, ରିପୋର୍ଟିଂ N/A
lpuid Lemonpi.io 365 ଦିନ ହଁ ଅନନ୍ୟ ୟୁଜର୍ ID ଡାଟା ମେଳଣ N/A
_ud Lemonpi.io 30 ଦିନ ହଁ ସେହି ଉତ୍ପାଦଗୁଡ଼ିକର ID, ଯେଉଁଗୁଡ଼ିକୁ ଉପଭୋକ୍ତାଙ୍କ ଦ୍ୱାରା ବିଜ୍ଞାପନଦାତାଙ୍କ ୱେବସାଇଟ୍‌ରେ ଦେଖାଯାଇଛି, ବାସ୍କେଟ୍‌ରେ ରଖାଯାଇଛି ଏବଂ/କିମ୍ୱା କ୍ରୟ କରାଯାଇଛି। ଅନୁକୂଳନ N/A

ଏକ ଆପ୍ ପରିବେଶରେ, ଆପଣ ଡିଭାଇସ୍​କୁ ଏକ ବିଜ୍ଞାପନ ID (ଏକ କୁକୀID ପରିବର୍ତ୍ତେ) ନ୍ୟସ୍ତ କରାଯିବ. ଏହା ହେଉଛି ଏକ ଅକ୍ଷର ସଂଖ୍ୟାତ୍ମକ ଚିହ୍ନଟକାରୀ, ଯାହା ଏକ ପ୍ଲାଟ୍‌ଫର୍ମ କିମ୍ବା ଅପରେଟିଂ ସିଷ୍ଟମ୍ (ଯେପରିକି Apple iOS କିମ୍ବା Google Android) ଦ୍ୱାରା ଉପଲବ୍ଧ କରାଯାଇଥାଏ, ଯାହାକି ଆପ୍ଲିକେସନ୍ ଡେଭଲପର୍ସ ଏବଂ ତୃତୀୟ ପକ୍ଷଗୁଡ଼ିକୁ ଏକ ଆପ୍ଲିକେସନ୍ ପରିବେଶରେ ନିର୍ଦ୍ଦିଷ୍ଟ ଡିଭାଇସ୍ ଏବଂ ଜଣେ ବ୍ୟବହାରକାରୀଙ୍କ ସମ୍ପର୍କିତ ନିର୍ଦ୍ଦିଷ୍ଟ ସୂଚନା ଚିହ୍ନଟ କରିବାକୁ ଅନୁମତି ଦେଇଥାଏ. ବିଜ୍ଞାପନ IDsର ଉଦାହରଣରେ ଅନ୍ତର୍ଭୁକ୍ତ ହେଉଛି ମୋବାଇଲ୍ ବିଜ୍ଞାପନ IDs (MAIDs) ଯେପରିକି Apple​ର “IDFA” ଏବଂ Google​ର ବିଜ୍ଞାପନ ID.  ଏକ ବିଜ୍ଞାପନ ID ସହିତ ଏହା ସଂଗ୍ରହ କରୁଥିବା ବ୍ୟବହାରକାରୀ ସୂଚନା ମିଳିତ ଭାବରେ ଆମ ସେବା ପ୍ରଦର୍ଶନରେ ତଥା ରୁଚିଭିତ୍ତିକ ବିଜ୍ଞାପନ ପ୍ରଦାନରେ ବ୍ୟବହୃତ ହୋଇଥାଏ।

ଆମେ ସୂଚନା କିପରି ଶେୟର୍ କରୁ

ଆମ ସେବାଗୁଡ଼ିକର ପ୍ରାବଧାନରେ ସୂଚନା ଶେୟର୍ କରିବା

ଉପଭୋକ୍ତା: ଆମ୍ଭେମାନେ ଆମ ଉପଭୋକ୍ତାମାନଙ୍କୁ (କିମ୍ବା ଉପଭୋକ୍ତାଙ୍କ ତରଫରୁ କାର୍ଯ୍ୟ କରୁଥିବା ଏଜେଣ୍ଟମାନଙ୍କୁ), ସେବା ପ୍ରଦାନ କରିବା ପାଇଁ ଏହି ଗୋପନୀୟତା ନୀତିରେ ବର୍ଣ୍ଣିତ ସୂଚନା ବ୍ୟବହାର କରିଥାଉ, ଯାହାକି ଏହି ସୂଚନା ପ୍ରତି ଆମ ଉପଭୋକ୍ତାମାନଙ୍କୁ ଆକ୍ସେସ୍ ପ୍ରଦାନ କରିବା କିମ୍ବା ଲାଇସେନ୍ସ ପ୍ରଦାନ କରିବା, ଶେୟର୍ କରିବାକୁ ଅନ୍ତର୍ଭୁକ୍ତ କରିପାରେ. ଆମର ସମବାୟ ଡାଟାବେସ୍ ପାଇଁ (i-Behaviour ଓ Conexance) ଆମ୍ଭେମାନେ ଏହି ସୂଚନା ସମବାୟ ମଧ୍ୟରେ ଏହି ସମବାୟରେ ଅଂଶଗ୍ରହଣ କରୁଥିବା ସଦସ୍ୟବୃନ୍ଦଙ୍କ ସହିତ ତଥା Choreograph ବ୍ୟବସାୟର ଅନ୍ୟ ଅଂଶ ସହିତ ( ସୂଚନାର ଉତ୍ସ ବିଭାଗରେ ଦେଖନ୍ତୁ, ଯାହାକି ବର୍ଣ୍ଣନା କରିଥାଏ ଯେ, ଆମ୍ଭେ ଆମ ବ୍ୟବସାୟର ଅନ୍ୟ ଅଂଶରୁ କିପରି ସୂଚନା ହାସଲ କରିଥାଉ) ସୂଚନା ଶେୟର୍ କରିଥାଉ।

ଆଭ୍ୟନ୍ତରୀଣ ଗ୍ରୁପ୍ କମ୍ପାନି: ଆମେ ଆମର ଗୋଷ୍ଠୀ କମ୍ପାନିଗୁଡ଼ିକ WPP ଓ GroupM ଏବଂ ସେଗୁଡ଼ିକର ଏଜେନ୍ସି ସହିତ ଆଭ୍ୟନ୍ତରୀଣ ଭାବରେ ସୂଚନା ଶେୟର୍ କରୁ, ଯେଉଁଥିରେ ଅନ୍ତର୍ଭୁକ୍ତ Mindshare, MediaCom, Wavemaker, Essence, m/SIX, GroupM Nexus , GTB, ଓ CMI।

ସେବା ପ୍ରଦାନକାରୀ: ଆମ୍ଭେମାନେ ଏହି ସେବା ବ୍ୟବସ୍ଥା ନିମନ୍ତେ ଆମର କ୍ଲାଏଣ୍ଟଙ୍କ ତରଫରୁ ଏବଂ/କିମ୍ବା ଆମ୍ଭ ତରଫରୁ ସେହି ସେବା ଓ କାର୍ଯ୍ୟଗୁଡ଼ିକ କରିବା ପାଇଁ ତୃତୀୟ -ପକ୍ଷ ପ୍ରଦାନକାରୀଙ୍କ ସହ ମଧ୍ୟ ସୂଚନା ଶେୟର୍ କରିଥାଉ, ଏପରି କମ୍ପାନିଗୁଡ଼ିକୁ ଯେଉଁମାନେ ବିଜ୍ଞାପନ ଡେଲିଭରି କରିବା ପାଇଁ ଦାୟୀ ହେବା ସହ ଡିମାଣ୍ଡ - ସାଇଡ୍​ ବା ଚାହିଦା-ପାର୍ଶ୍ୱ ପ୍ଲାଟଫର୍ମ, ବିଜ୍ଞାପନ ଦେଉଥିବା ନେଟୱାର୍କ, ବିଜ୍ଞାପନ ଆଦାନପ୍ରଦାନ ଏବଂ ଆଡ୍ ସର୍ଭରକୁ ମଧ୍ୟ ସାମିଲ୍ କରିଥାଏ, ତାହା ସହିତ ଅଫଲାଇନ୍ ମାର୍କେଟିଂ ଅଭିଯାନ ପାଇଁ ଫୁଲ୍‌ଫିଲମେଣ୍ଟ ହାଉସେସ୍ କିମ୍ୱା ଉକ୍ତ ସେବା ଯୋଗାଇ ଦେଉଥିବା ଅନୁଷ୍ଠାନଗୁଡ଼ିକ, ଜ୍ଞାନକୌଶଳ କିମ୍ୱା କ୍ଲାଏଣ୍ଟ ସହାୟତାରେ, କାର୍ଯ୍ୟପ୍ରକ୍ରିୟାରେ, ୱେବ୍ କିମ୍ବା ଡାଟା ହୋଷ୍ଟିଂ/ଷ୍ଟୋରେଜ୍, ବିଲିଙ୍ଗ୍, ଆକାଉଣ୍ଟିଙ୍ଗ୍, ନିରାପତ୍ତା, ବିପଣନ, ଡାଟା ପରିଚାଳନା, ବୈଧତା ନିର୍ଦ୍ଧାରଣ, ଉନ୍ନତି କିମ୍ୱା ପରିଚ୍ଛନ୍ନତା କିମ୍ବା ଅନ୍ୟଥା ଆମ୍ଭର ସେବା ଓ ଉତ୍ପାଦ ପ୍ରଦାନ, ବିକାଶ, ରକ୍ଷଣାବେକ୍ଷଣ ଊ ଉନ୍ନତିକରଣରେ ଆମକୁ ସାହାଯ୍ୟ କରୁଥିବା, ଜଡ଼ିତ ପ୍ରଦାନକାରୀବୃନ୍ଦଙ୍କୁ ଅନ୍ତର୍ଭୁକ୍ତ କରେ.

ଅନ୍ୟାନ୍ୟ Choreograph Create ପାଇଁ, ଆମେ ଆମ ଗ୍ରାହକଙ୍କ ଲାଭ ନିମନ୍ତେ YouTube ପ୍ଲାଟ୍‌ଫର୍ମରେ ପ୍ରଦର୍ଶନ କରିବା ନିମନ୍ତେ YouTube API ସେବା ମାଧ୍ୟମରେ YouTube ସହିତ ସର୍ଜନାତ୍ମକ ଭିଡିଓ ବିଷୟବସ୍ତୁ ଶେୟର୍ କରିପାରୁ। YouTube ସେବା ସର୍ତ୍ତ (https://www.youtube.com/t/terms), ଗୋପନୀୟତା ନୀତି (http://www.google.com/policies/privacy), ଏବଂ YouTube API ସେବା ପାଇଁ ସେବା ସର୍ତ୍ତାବଳୀ (https://developers.google.com/youtube/terms/api-services-terms-of-service) ଏହି ସେବାଗୁଡ଼ିକ ପାଇଁ ପ୍ରଯୁଜ୍ୟ ହୋଇଥାଏ। ଆମେ କୌଣସି ତୃତୀୟ-ପକ୍ଷ ସେବା ସାମଗ୍ରୀ କିମ୍ୱା ଗୋପନୀୟତା ବିଧି ପାଇଁ କୌଣସି ପ୍ରକାରେ ଦାୟୀ ନୋହୁଁ। ଆମେ ଆପଣଙ୍କୁ ଆପଣଙ୍କ ଦ୍ୱାରା ଆକସେସ୍ କରାଯାଉଥିବା କୌଣସି ତୃତୀୟ-ପକ୍ଷ ସେବାଗୁଡ଼ିକର ଗୋପନୀୟତା ନୀତିକୁ ସତର୍କତାପୂର୍ବକ ସମୀକ୍ଷା କରିବା ପାଇଁ ପ୍ରୋତ୍ସାହିତ କରୁଛୁ। ଆପଣ https://myaccount.google.com/permissions ରେ Google ସୁରକ୍ଷା ସେଟିଂ ପେଜ୍ ମାଧ୍ୟମରେ YouTube API ସେବାଗୁଡ଼ିକ ପ୍ରତି ଆକସେସ୍ ଖଣ୍ଡନ କରିପାରିବେ।

ଆଇନଗତ ଉଦ୍ଦେଶ୍ୟ ପାଇଁ ସୂଚନା ଶେୟର୍ କରିବା:

ଆମ୍ଭେମାନେ ବ୍ୟକ୍ତିଗତ ସୂଚନା ତୃତୀୟ ପକ୍ଷଗୁଡ଼ିକ ସହିତ ଶେୟର୍ କରିପାରୁ (ଆଇନ ବଳବତ୍ତରକାରୀ, ଅଡିଟର୍ ବା ନିରୀକ୍ଷଣକାରୀବୃନ୍ଦ ଏବଂ ରେଗୁଲେଟର୍ସ ବା ନିୟନ୍ତ୍ରଣକାରୀବୃନ୍ଦଙ୍କୁ ଅନ୍ତର୍ଭୁକ୍ତ କରି):

  • ଆଇନଗତ ପ୍ରକ୍ରିୟାଗୁଡ଼ିକ କିମ୍ବା ନିୟାମକ ତଦନ୍ତଅନୁପାଳନ (ଯଥା ଏକ ସମନ ବା ନ୍ୟାୟାଳୟର ନିର୍ଦ୍ଦେଶ)
  • ଆମର ସେବାର ସର୍ତ୍ତାବଳୀ, ଏହି ଗୋପନୀୟତା ନୀତି କିମ୍ବା ଆପଣଙ୍କ ସହିତ ରାଜିନାମା ବଳବତ୍ତର ରଖିବା ଏଥିରେ ସମ୍ଭାବ୍ୟ ଉଲ୍ଲଘଂନର ଅନୁସନ୍ଧାନକୁ ଅନ୍ତର୍ଭୁକ୍ତ କରି।
  • କୌଣସି ବିଷୟ ତୃତୀୟପକ୍ଷଗୁଡ଼ିକର ଅଧିକାର ଉଲ୍ଲଘଂନ କରୁଥିବାର ଦାବିର ଜବାବ ଦେବା ପାଇଁ।
  • ଆମ୍ଭର ଅଧିକାର, ସମ୍ପତ୍ତି କିମ୍ବା ବ୍ୟକ୍ତିଗତ ନିରାପତ୍ତା ଆମ୍ଭର ପ୍ଲାଟଫର୍ମ, ଆମ୍ଭର ଉପଭୋକ୍ତାବୃନ୍ଦ, ଆମ୍ଭର ଏଜେଣ୍ଟବୃନ୍ଦ ଏବଂ ଅନୁବନ୍ଧିତବୃନ୍ଦ, ଏହାର ବ୍ୟବହାରକାରୀବୃନ୍ଦ ଏବଂ/କିମ୍ବା ଜନସାଧାରଣଙ୍କର ସୁରକ୍ଷା ପାଇଁ. ଆମ୍ଭେମାନେ ଏହିପରି ଭାବରେ ଠକାମିରୁ ସୁରକ୍ଷା ଏବଂ ସ୍ପାମ୍ /ମାଲୱେର୍ ନିରାକରଣ ଏବଂ ସମାନ ପ୍ରକାରର ଉଦ୍ଦେଶ୍ୟ ପାଇଁ ଅନ୍ୟ କମ୍ପାନି ଓ ଅନୁଷ୍ଠାନଗୁଡ଼ିକୁ (ଆଇନ ବଳବତ୍ତର ହେବାକୁ ଅନ୍ତର୍ଭୁକ୍ତ କରି) ସୂଚନା ପ୍ରଦାନ କରିପାରୁ.

କର୍ପୋରେଟ୍ ଉଦ୍ଦେଶ୍ୟ ପାଇଁ ସୂଚନା ଶେୟର୍ କରିବା

ନିୟନ୍ତ୍ରଣ ପରିବର୍ତ୍ତନ କ୍ରମେ ଡାଟା ସ୍ଥାନାନ୍ତର କରିବା: ଅନ୍ୟ ଏକ କମ୍ପାନି ଆମ୍ଭକୁ କିମ୍ବା ଆମ୍ଭ ବ୍ୟବସାୟର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ମହତ୍ୱପୂର୍ଣ୍ଣ ସମ୍ପତ୍ତି, କନସୋଲିଡେସନ୍ ବା ସମନ୍ୱୟନ, ମର୍ଜର୍ ବା ସମ୍ମେଳନ, ସମ୍ପତ୍ତି କ୍ରୟ କିମ୍ବା ଅନ୍ୟ କାରବାର ମାଧ୍ୟମରେ ଅଧିକାରକୁ ନେବା ଘଟଣାରେ, ଆମ୍ଭେ ସମସ୍ତ ସୂଚନା (ଆପଣ ଆମ୍ଭଙ୍କୁ ‘‘ଆମ ସହିତ ଯୋଗାଯୋଗ କରନ୍ତୁ’’ ପୃଷ୍ଠାରେ ପ୍ରଦାନ କରିଥିବା କୌଣସି ସୂଚନାକୁ ଅନ୍ତର୍ଭୁକ୍ତ କରି) ଯାହାକି ଆମ୍ଭ ଦଖଲରେ ରହିଥାଏ କିମ୍ବା ଆମ୍ଭ ନିୟନ୍ତ୍ରଣ ଅଧୀନରେ ରହିଥାଏ, ସେ ସମସ୍ତ ସୂଚନା ଅଧିକୃତ କରୁଥିବା ପକ୍ଷକୁ ସ୍ଥାନାନ୍ତର କରିବାର ଅଧିକାର ସଂରକ୍ଷିତ ରଖୁ ଏବଂ ଏହିକି ଯେ, ଏହି ସୂଚନା ଅଧିକୃତ କରୁଥିବା ପକ୍ଷ ଦ୍ୱାରା ଏହାର ବ୍ୟବସାୟରେ ବ୍ୟବହାର କରାଯାଇପାରେ.

ଏକ କର୍ପୋରେଟ୍ ନେଣଦେଣରେ ସୂଚନା ଶେୟର୍ କରିବା: ଆମ୍ଭେମାନେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ କର୍ପୋରେଟ୍ କାରବାର ଘଟଣାରେ, ଉଦାହରଣସ୍ୱରୂପ ଏକ ମର୍ଜର ବା ସମ୍ମେଳନ, ନିବେଶ, ଅଧିଗ୍ରହଣ, ପୁନର୍ଗଠନ, ସମନ୍ୱୟନ, ଦେବାଳିଆ ହେବା, ନଗଦ ରାଶି ରୂପାନ୍ତରଣ କିମ୍ବା ଆମ ସମ୍ପତ୍ତିର ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ବିକ୍ରୟ କିମ୍ବା ଏପରି କୌଣସି କାରବାର ସହିତ ସମ୍ପର୍କିତ ଯଥାର୍ଥ ଅନୁସନ୍ଧାନ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ବ୍ୟକ୍ତିଗତ ସୂଚନା ଶେୟର୍ କରିପାରୁ।

ଡାଟା ସୁରକ୍ଷା

ଉପଭୋକ୍ତାଙ୍କର ବ୍ୟକ୍ତିଗତ ସୂଚନାର ଗୋପନୀୟତା ବଜାୟ ରଖିବା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯାହାର ଅର୍ଥ ଆମ୍ଭେ ଡାଟା ଉଲ୍ଲଘଂନ ବା ତଥ୍ୟ ପ୍ରଘଟ ହେବାରୁ ଏହି ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଆମର ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଇଥାଉ ଏବଂ ଏଥିପ୍ରତି ଯତ୍ନବାନ ହୋଇଥାଉ. ଆମ୍ଭେମାନେ ସୂଚନା ପ୍ରତି ଅନଧିକୃତ ପ୍ରବେଶ, ଏହା ଧାରଣ କରିବା ଏବଂ ପରିପ୍ରକାଶ କରିବା ବିରୋଧରେ ସୁରକ୍ଷା ପାଇଁ ଶିଳ୍ପ ମାନକଗୁଡ଼ିକୁ ଅନୁସରଣ କରୁଛୁ. ଏହା ଅନ୍ତର୍ଭୁକ୍ତ କରେ ସୂଚନାର ଅଖଣ୍ଡତା, ଅଭିଗମ୍ୟତା (ଆକସେସ୍) ଏବଂ ବ୍ୟବହାରର ସୁରକ୍ଷା ପାଇଁ ଭୌତିକ, ବୈଦ୍ୟୁତିକ ଏବଂ ପରିଚାଳନାଗତ କାର୍ଯ୍ୟକଳାପ.

Choreograph ଏକ ସମନ୍ୱିତ ତଥ୍ୟ ସୁରକ୍ଷା ପ୍ରୋଗ୍ରାମ୍​ର ଗୁରୁତ୍ୱ ଏବଂ ଆମ୍ଭେ ପ୍ରକ୍ରିୟାକୃତ କରୁଥିବା ତଥ୍ୟ ସୁରକ୍ଷିତ ଭାବରେ ଏବଂ ସଠିକ୍ ଭାବରେ ସଂରକ୍ଷିତ ରହିଛି ସୁନିଶ୍ଚିତ କରିବାର ଆବଶ୍ୟକତାକୁ ସ୍ୱୀକାର କରେ. ଆମ୍ଭେମାନଙ୍କ ପାଖରେ ଥିବା ସୂଚନାର ସୁରକ୍ଷା ପାଇଁ ଜ୍ଞାନକୌଶଳ ସମ୍ବନ୍ଧୀୟ, ଆନୁଷ୍ଠାନିକ ଓ ପ୍ରାଶାସନିକ ସୁରକ୍ଷା ପଦକ୍ଷେପ ବ୍ୟବହାର କରୁ. ଆମେ ବହୁସ୍ତରୀୟ ନିରାପତ୍ତା ବ୍ୟବହାର କରୁ, ସ୍ୱୟଂ ସମ୍ପୂର୍ଣ୍ଣ ଫାୟାରୱାଲ୍ ସୁରକ୍ଷା, କଡ଼ାକଡ଼ି ଭାବରେ ନିୟନ୍ତ୍ରିତ ଅଭିଗମ୍ୟତା (ଆକସେସ୍) ଏବଂ ଅନ୍ୟ ସୁରକ୍ଷା ପଦକ୍ଷେପ ସମ୍ମିଳିତ କରି ଆମର ତଥ୍ୟକୁ ଅନଧିକୃତ ବ୍ୟବହାର କିମ୍ବା ପରିବର୍ତ୍ତନରୁ ସୁରକ୍ଷିତ ରଖିଥାଉ.

ପ୍ରତିଧାରଣ

Choreograph, WPP ତଥ୍ୟ ପ୍ରତିଧାରଣ ଓ ସୂଚନା ନୀତିର ପାଳନ କରିଥାଏ ଏବଂ ଏପରି କୌଣସି ତଥ୍ୟ ରଖେ ନାହିଁ, ଯାହାକି ଆମର ଦୈନନ୍ଦିନ ବ୍ୟବସାୟ ପାଇଁ କିମ୍ୱା ଆମର ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ଆବଶ୍ୟକ ହୋଇନଥାଏ। ଆମ ଅବଧାରଣ ଅବଧି ଭିନ୍ନ-ଭିନ୍ନ ହେବା ସହ ତଥ୍ୟ ପ୍ରକାର, ଆମେ ଗ୍ରାହକଙ୍କୁ ଉତ୍ପାଦ ଓ ସେବା ବିତରଣ କରିବାର ଉଦ୍ଦେଶ୍ୟ ଏବଂ ଗ୍ରାହକ ଚୁକ୍ତିଭିତ୍ତିକ ଦାୟିତ୍ୱ ଅନୁପାଳନ ଉପରେ ନିର୍ଭର କରିଥାଏ। ସମସ୍ତ କ୍ଷେତ୍ରରେ ଆମେ ସମ୍ୱନ୍ଧିତ ଆଇନ ଓ ନିୟମ, ଚୁକ୍ତିଭିତ୍ତିକ ଦାୟିତ୍ୱର ପାଳନ କରିଥାଉ ଏବଂ ଏପରି କରିବା ପାଇଁ ଆବଶ୍ୟକ ହେଲେ ତଥ୍ୟ ହଟାଇଦେଇଥାଉ।

Choreograph ମଧ୍ୟ ବ୍ୟକ୍ତିଗତ ତଥ୍ୟ ସଂରକ୍ଷଣ ସହ ଧାରଣ କରିଥାଏ, ଯାହାକି ପରିଚୟମୁକ୍ତ କରାଯାଇଥାଏ ବା ସମ୍ପୂର୍ଣ୍ଣ ଭାବରେ ବେନାମୀ କରାଯାଇଥାଏ, ତେଣୁ ଏହା ଆଉ ବ୍ୟକ୍ତିଗତ ତଥ୍ୟ ହୋଇନଥାଏ। ଏହି ତଥ୍ୟ, ଏକତ୍ରିତ କରାଯାଇଥିବା ତଥ୍ୟ ହୋଇପାରେ, ଯେଉଁଥିରୁ ଏହା ଦ୍ୱାରା କୌଣସି ବ୍ୟକ୍ତିଙ୍କୁ ଆଉ ଚିହ୍ନଟ କରିହୁଏ ନାହିଁ ଏବଂ ମୁଖ୍ୟତଃ ଧାରଣା ଲାଭ କରିବା ତଥା ଯୋଜନା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ।

ବ୍ୟକ୍ତିଗତ ସୂଚନାର ଅନ୍ତର୍ରାଷ୍ଟ୍ରୀୟ ସ୍ଥାନାନ୍ତର

Choreograph ହେଉଛି ଏକ ବିଶ୍ୱସ୍ତରୀୟ କମ୍ପାନି, ଯାହା ଏକାଧିକ ଅଞ୍ଚଳ ଏବଂ ଦେଶବ୍ୟାପୀ ଉପଭୋକ୍ତାମାନଙ୍କୁ ଏହାର ସେବା ପ୍ରଦାନ କରିଥାଏ.

ଯେଉଁଠାରେ ସମ୍ଭବ ଆମେ ଉପଭୋକ୍ତାଙ୍କ ଅବସ୍ଥାନ ଉପରେ ନିର୍ଭର କରି, ଆପଣଙ୍କ ବ୍ୟକ୍ତିଗତ ସୂଚନା ସ୍ଥାନୀୟ ଭାବରେ ଗଚ୍ଛିତ ରଖିବୁ, ଉଦାହରଣସ୍ୱରୂପ EU ରେ (EMEA ଏବଂ ୟୁକେ ପାଇଁ), ତାଇୱାନ, ସିଙ୍ଗାପୁର ଓ ଚାଇନା (APAC ପାଇଁ) ଏବଂ ୟୁଏସ ରେ (ଉତ୍ତର ଆମେରିକା ପାଇଁ).

ହେଲେ, ଆମ୍ଭେମାନେ ନିମ୍ନଲିଖିତ ଦୃଶ୍ୟପଟ୍ଟଗୁଡ଼ିକରେ, ଏହିସବୁ ଅବସ୍ଥାନ ବାହାରକୁ ବ୍ୟକ୍ତିଗତ ସୂଚନା ସ୍ଥାନାନ୍ତର କରିବା ଆବଶ୍ୟକ କରିପାରୁ:

  • ଯେତେବେଳେ ଆମ୍ଭେମାନେ ଆମର ତଥ୍ୟ ଗଚ୍ଛିତ ରହିଥିବା ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନର ଆମର ଉପଭୋକ୍ତା କିମ୍ବା ଆମର ସେବା ପ୍ରଦାନକାରୀମାନଙ୍କୁ ସୂଚନା ସ୍ଥାନାନ୍ତର କରିବା ଆବଶ୍ୟକ ହୋଇଥାଏ।
  • ଯେତେବେଳେ ଆମ୍ଭର ଇଞ୍ଜିନିୟରିଂ କିମ୍ବା ସହାୟତା ଦଳ ଆମର ବ୍ୟବସ୍ଥା ଓ ପ୍ଲାଟଫର୍ମ ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ/କିମ୍ବା ତତ୍ତ୍ୱାବଧାନ ପାଇଁ ସେମାନେ ଅବସ୍ଥାପିତ ଅବସ୍ଥାନ ବାହାରୁ ବ୍ୟକ୍ତିଗତ ସୂଚନା ପ୍ରତି ‘‘ଅଭିଗମ୍ୟତା’’ (ଆକସେସ୍) (ଦୂର ସ୍ଥାନରୁ ଆକସେସ୍ କରିବା ଅନ୍ତର୍ଭୁକ୍ତ କରି) ଆବଶ୍ୟକ କରନ୍ତି.
  • ଯେତେବେଳେ ଆମ ପାଖରେ ଏହି ସେବା ପ୍ରଦାନ କରୁଥିବା କ୍ରସ୍ ଫଙ୍କସନାଲ୍ କିମ୍ୱା କ୍ରସ୍ ଏଜେନ୍ସୀ ଟିମ୍ ରହିଥାଏ, ଯେଉଁମାନେ କି ଭିନ୍ନ ଭିନ୍ନ ଅବସ୍ଥାନରେ ରହିଥାଇପାରନ୍ତି ଏବଂ ବିଭିନ୍ନ ସ୍ଥାନରୁ ଏହି ବ୍ୟକ୍ତିଗତ ସୂଚନା ଆକସେସ୍ କରିବା ଆବଶ୍ୟକ କରିପାରନ୍ତି।

ଆମ୍ଭେମାନେ ସମସ୍ତ ପ୍ରଯୁଜ୍ୟ ତଥ୍ୟ ସୁରକ୍ଷା ଓ ଗୋପନୀୟତା ଆଇନ ଅନୁପାଳନ ସୁନିଶ୍ଚିତ କରିବା ସହିତ ଏହି ଅନ୍ତର୍ଜାତୀୟ ସ୍ଥାନାନ୍ତରଗୁଡ଼ିକ କରିଥାଉ.

ଶିଳ୍ପ ସଂଘଗୁଡ଼ିକର ସଦସ୍ୟତା

Choreograph ହେଉଛି ଶିଳ୍ପ ସଂଘଗୁଡ଼ିକର ଏକ ସକ୍ରିୟ ସଦସ୍ୟ, ଯାହା ଇଣ୍ଟରନେଟ୍​ ଭିତ୍ତିକ ବିଜ୍ଞାପନ ଦୃଶ୍ୟପଟ୍ଟରେ ଅନଲାଇନ୍ ଉପଭୋକ୍ତା ଗୋପନୀୟତା ନୀତି ସମ୍ପର୍କିତ ବିଧାନଗୁଡ଼ିକୁ ପରିଚାଳିତ କରିଥାଏ, ଯାହା ଅନ୍ତର୍ଭୁକ୍ତ କରେ: ଡିଜିଟାଲ୍ ଆଡଭର୍ଟାଇଜିଂ ଆଲିଆନ୍ସ (DAA), ୟୁରୋପିଆନ୍ ଡିଜିଟାଲ୍ ଆଡଭର୍ଟାଇଜିଂ ଆଲିଆନ୍ସ (eDAA) ଏବଂ ଏହି IAB ଟ୍ରାନ୍ସପରେନ୍ସି ଆଣ୍ଡ୍ କନ୍‌ସେଣ୍ଟ ଫ୍ରେମ୍‌ୱର୍କ (IAB TCF)। Choreograph ମଧ୍ୟରେ DAA ସ୍ୱ-ନିୟନ୍ତ୍ରଣକାରୀ ନୀତି ଏବଂ IAB TCF ନୀତିଗୁଡ଼ିକ ସଙ୍କଳିତ ହୋଇଛି। ଆମର ବିଶ୍ୱାସ, ଏହି ସାଙ୍କେତିକ ଭାଷା ଓ ନୀତି ଉପଭୋକ୍ତାଙ୍କ ଗୋପନୀୟତାର ସୁରକ୍ଷାରେ ସହାୟକ ହେବ.

DAA ଅଗ୍ରାହ୍ୟ କରିବା ବ୍ୟବସ୍ଥା ମାଧ୍ୟମରେ ଆପଣଙ୍କ ଗୋପନୀୟତା ଅଧିକାର କିପରି ପ୍ରୟୋଗ କରିବେ, ସେ ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଆମର ଉପଭୋକ୍ତାଙ୍କ ପ୍ରାଥମିକତା ପୋର୍ଟଲ୍ ଭିଜିଟ୍ କରନ୍ତୁ।

 

ଉପଭୋକ୍ତାଙ୍କ ପ୍ରାଥମିକତା ପୋର୍ଟଲ୍

ଆମର ଗ୍ରାହକଙ୍କ ପାଇଁ ଗୋପନୀୟତା ପ୍ରଥମ ସମାଧାନ ପ୍ରଦାନ କରିବା ଏବଂ ଆମର ଉତ୍ପାଦ ଓ ସେବାର ଡିଜାଇନ୍‌ରେ ଗୋପନୀୟତା ସଂଲଗ୍ନ କରି ରଖିବା ପାଇଁ Choreograph ପ୍ରତିଶ୍ରୁତିବଦ୍ଧ. ଆପଣଙ୍କର ବ୍ୟକ୍ତିଗତ ସୂଚନାର ବ୍ୟବହାର କିପରି କରାଯାଏ, ତାହା ପାଇଁ ନେଉଥିବା ନିଷ୍ପତ୍ତି ସମ୍ପର୍କରେ ଆପଣଙ୍କୁ ନିୟନ୍ତ୍ରଣ ଦିଆଯିବା ଆବଶ୍ୟକ ବୋଲି, ଆମେ ଜାଣୁ. ଗୋପନୀୟତା ବିନିୟମ ଅଧୀନରେ ଆପଣଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆପଣଙ୍କୁ ଏକ ସରଳ, ସ୍ୱଚ୍ଛ ପ୍ରକ୍ରିୟା ଯୋଗାଇବାକୁ ଏହି ପ୍ରାଥମିକତା କେନ୍ଦ୍ର ତିଆରି କରାଯାଇଛି।

ଏକ ସୂଚିତ ନିଷ୍ପତ୍ତି ନେବା ପାଇଁ ଆମେ ଆପଣଙ୍କୁ ଯଥାସମ୍ଭବ ସୂଚନା ପ୍ରଦାନ କରିବାକୁ ଚାହୁଁଛୁ. ଏହି ପୋର୍ଟଲ୍ ମାଧ୍ୟମରେ ଆପଣ ବିଭିନ୍ନ ପ୍ରକାରର ଉପାୟ ବ୍ୟବହାର କରି ନିଜ ଅଧିକାରକୁ ସାବ୍ୟସ୍ତ କରିପାରିବେ. ଆପଣ ରହୁଥିବା ଦେଶ ଏବଂ ଆପଣଙ୍କ ବିଷୟରେ ଆମ ପାଖରେ ରହିଥିବା ଡାଟାର ପ୍ରକାର ଉପରେ ଭିତ୍ତି କରି ପଦ୍ଧତିରେ ଭିନ୍ନତା ଆସିବ.

ଆମର କ୍ଲାଏଣ୍ଟମାନଙ୍କୁ ପ୍ରଦାନ କରୁଥିବା ସେବାଗୁଡିକର ପ୍ରକୃତି ଯୋଗୁଁ ଆମେ ଆପଣଙ୍କର ଅନଲାଇନ୍ ଡାଟା ଓ ଆପଣଙ୍କର ଅଫଲାଇନ୍ ଡାଟାକୁ ଭିନ୍ନ ଭାବରେ ସମ୍ଭାଳିଥାଉ. ଆମର ସେବାଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଆମର ସେବା ଉପରେ ଥିବା ଗୋପନୀୟତା ନୀତିର ବିଭାଗ ପଢ଼ନ୍ତୁ। ଉଭୟ ଅଫଲାଇନ୍ ଓ ଅନଲାଇନ୍ ଡାଟା ସମ୍ବନ୍ଧିତ ଆପଣଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏହି ଗ୍ରାହକ ପ୍ରାଥମିକତା ପୋର୍ଟଲ୍ ବ୍ୟବହାର କରାଯାଇପାରିବ. ଆମେ ଆପଣଙ୍କର ଅନୁରୋଧକୁ ଯଥାଶୀଘ୍ର ସମ୍ଭବ ପ୍ରତ୍ୟୁତ୍ତର ଦେବା ପାଇଁ ଚେଷ୍ଟା କରିବୁ, କିନ୍ତୁ ଯେକୌଣସି ପରିସ୍ଥିତିରେ, ଆପଣଙ୍କ ଦେଶରେ ରହିଥିବା ଗୋପନୀୟତା ନିୟମ ଅନୁଯାୟୀ ଆବଶ୍ୟକ ସମୟ ସୀମା ମଧ୍ୟରେ ଏହା କରାଯିବ.

ଆପଣଙ୍କର ସୂଚନା

ଆମେ ଆପଣଙ୍କର ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟର କିପରି ବ୍ୟବହାର କରୁ, ତାହାକୁ ନିୟନ୍ତ୍ରିତ କରିବା ପାଇଁ ଆମେ ଆପଣଙ୍କ ପାଇଁ ଏକ ବ୍ୟବହାରକାରୀ-ଅନୁକୂଳ ପୋର୍ଟଲ୍ ତିଆରି କରିଛୁ। ଏହି ବ୍ୟକ୍ତିଗତ ତଥ୍ୟ ଆମେ ଆପଣଙ୍କ ବିଷୟରେ ଅନଲାଇନ୍‌ରେ ସଂଗ୍ରହ କରିଛୁ ଏବଂ ଏହା ଅନଲାଇନ୍ ID, ଡିଭାଇସ୍ ଓ ବ୍ରାଉଜର୍ ସୂଚନା, ଅନଲାଇନ୍ କାର୍ଯ୍ୟକଳାପ ସୂଚନା ଓ ଅବସ୍ଥାନ ତଥ୍ୟ (ଏହି ପ୍ରକାରର ତଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇଁ ବିଭାଗ x ଦେଖନ୍ତୁ) ଏବଂ ଏଥିରେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ, ଯଥା:- ଆପଣଙ୍କର ନାମ, ଟେଲିଫୋନ୍ ନମ୍ବର ଓ ଡାକ ଠିକଣା ଅନ୍ତର୍ଭୁକ୍ତ ହୋଇପାରେ।

ଆମେ ଆମର ସମସ୍ତ ସେବା ସମସ୍ତ ଅଞ୍ଚଳରେ ପ୍ରଦାନ କରୁନଥିବା ଯୋଗୁଁ ଆପଣଙ୍କ ଅବସ୍ଥାନ ଉପରେ ନିର୍ଭର କରି ଆମେ ସଂଗ୍ରହ କରୁଥିବା ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ପ୍ରକାର ପରିବର୍ତ୍ତନ ହୋଇପାରେ।  ଆମେ ଆପଣଙ୍କ ବିଷୟରେ ଯେଉଁ ଅଫଲାଇନ୍ ଡାଟା ରଖିଥାଉ ଏବଂ ଆପଣ କିପରି ଆପଣଙ୍କର ଅଫଲାଇନ୍ ଡାଟା ପରିଚାଳନା କରିପାରିବେ, ସେ ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି ଏଠାରେକ୍ଲିକ୍ କରନ୍ତୁ। ଆମେ ଆପଣଙ୍କର ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ବ୍ୟବହାର କିପରି କରିପାରୁ, ଏହି ବିଷୟରେ ଆପଣ ଆମ ପୋର୍ଟଲ୍ ମାଧ୍ୟମରେ ଯେଉଁ ବିକଳ୍ପ ଚୟନ କରନ୍ତି, ତାହା କେବଳ ଆପଣଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ନିର୍ଦ୍ଦିଷ୍ଟ ବ୍ରାଉଜର୍ କିମ୍ୱା ଡିଭାଇସ୍ ଉପରେ ପ୍ରଯୁଜ୍ୟ ହେବ। ଆପଣଙ୍କ ଅଧିକାର ପ୍ରୟୋଗ କରିବାର ଅନ୍ୟାନ୍ୟ ମାର୍ଗ ପାଇଁ, ନିମ୍ନରେ ଦେଖନ୍ତୁ।

ହେଲେ, ଯଦି ଆପଣ ଚାଇନାରେ ଅବସ୍ଥାପିତ ଅଛନ୍ତି, ତେବେ ଆପଣଙ୍କର ତଥ୍ୟ ପରିଚାଳନା କରିବା ଏବଂ ଆପଣଙ୍କର ଅଧିକାର ପ୍ରୟୋଗ କରିବା ପାଇଁ ଦୟାକରି privacy@choreoraph.com କୁ ଇମେଲ୍‌ କରନ୍ତୁ।

ଆପଣଙ୍କ ପରିଚୟ ଯାଞ୍ଚ କରିବା ପାଇଁ ଆମେ ଆପଣଙ୍କର ସୂଚନା କିପରି ବ୍ୟବହାର କରୁ

ଆମେ ଆପଣଙ୍କୁ ତଥ୍ୟ ପ୍ରକାଶ କରିବା ପୂର୍ବରୁ ଆପଣଙ୍କର ପରିଚୟ ଯାଞ୍ଚ କରିବା ପାଇଁ ଆମେ ଆପଣଙ୍କୁ ID ପ୍ରଦାନ କରିବାକୁ କହିପାରୁ, ଆମେ କେବଳ ଆପଣଙ୍କୁ ଆପଣଙ୍କ ସୂଚନା ପ୍ରଦାନ କରୁଥିବା ସୁନିଶ୍ଚିତ କରିବା ଏବଂ ଏହାକୁ ବେଆଇନ ତୃତୀୟ-ପକ୍ଷ ନିକଟରେ ପହଞ୍ଚିବାରୁ ସୁରକ୍ଷିତ ରଖିବା ପାଇଁ ଏପରି କରିଥାଉ। ଆମର ଯେକୌଣସି ସେବାରେ କିମ୍ବା ଆପଣଙ୍କର ପରିଚୟ ଯାଞ୍ଚ କରିବା ଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆମେ ଆପଣଙ୍କର ପରିଚୟ ଶେୟର୍ କିମ୍ବା ବ୍ୟବହାର କରିବୁ ନାହିଁ.

ଆପଣଙ୍କର ଅଧିକାର ସାବ୍ୟସ୍ତ କରିବାର ଅନ୍ୟାନ୍ୟ ମାର୍ଗ

ନିମ୍ନ ପଦ୍ଧତି ମାଧ୍ୟମରେ ବ୍ରାଉଜର୍ ବାତାବରଣରେ ଆପଣ କୁକିଜ୍‌କୁ ପ୍ରତ୍ୟାଖ୍ୟାନ କିମ୍ବା ଅପସାରଣ କରିପାରିବେ:

  • ଆପଣଙ୍କର ବ୍ରାଉଜର୍ ସେଟିଂସରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରି କୁକିଜ୍‌କୁ ପ୍ରତ୍ୟାଖ୍ୟାନ କିମ୍ବା ଅପସାରଣ କରିବା ପାଇଁ ଆପଣଙ୍କର ବ୍ରାଉଜର୍ ସେଟିଂସ୍ ସମାଯୋଜିତ (ଆଡ୍‌ଜଷ୍ଟ) କରନ୍ତୁ. ଏହା କିପରି କରାଯାଏ, ସେ ସମ୍ବନ୍ଧରେ ଅଧିକ ସୂଚନା ଏଠାରେ ଉପଲବ୍ଧ ଅଛି।
  • ୱେବ୍ ସାଇଟ୍ ମାଲିକଙ୍କ ସ୍ତରରେ କୁକୀ ସେଟିଂସ୍ ସମାଯୋଜିତ (ଆଡ୍‌ଜଷ୍ଟ) କରିବା. ଏହି ସେଟିଂସ୍ ବିକଳ୍ପଗୁଡ଼ିକ ୱେବ୍‌ ସାଇଟ୍ ମାଲିକଙ୍କ ଅନୁସାରେ ଭିନ୍ନ ହୋଇପାରେ.
  • ୱେବ୍ ପରିବେଶ ପାଇଁ ଡିଜିଟାଲ୍ ଆଡଭର୍ଟାଇଜିଙ୍ଗ ଆଲିଆନ୍ସ (DAA) “YourAdChoices” ପ୍ରୋଗ୍ରାମ ମାଧ୍ୟମରେ ଆଗ୍ରହ-ଆଧାରିତ ବିଜ୍ଞାପନରୁ ଓହରିଯିବା ଏଠାରେ ଉପଲବ୍ଧ ରହିଛି:
    – ୟୁଏସ୍ ପାଇଁ –https://optout.aboutads.info/?c=2&lang=EN
    – କାନାଡା ପାଇଁ – https://youradchoices.ca/en/tools
    – ୟୁରୋପ ଓ ବ୍ରିଟେନ ପାଇଁ – https://youronlinechoices.com/ (ଆପଣଙ୍କ ଅବସ୍ଥାନ ବାଛିବା ପରେ “ଆପଣଙ୍କର ବିଜ୍ଞାପନ ପସନ୍ଦ” ଲିଙ୍କ ଉପରେ କ୍ଲିକ କରିବା ଦ୍ଵାରା)

ଆପଣ ତଳେ ଦିଆଯାଇଥିବା ପଦ୍ଧତି ମାଧ୍ୟମରେ ଆପଣଙ୍କର ଆଡଭର୍ଟାଇଜିଙ୍ଗ  ID ସହିତ ସଂଯୁକ୍ତ ମୋବାଇଲ୍ ଓ ଓଭର୍ ଦ ଟପ୍ (OTT) TV ଡିଭାଇସ୍ ଆପ୍ ପରିବେଶରେ ଆଡ୍ ଟ୍ରାକିଂକୁ ମଧ୍ୟ ସୀମିତ କରିପାରିବେ.

  • ଲାଗୁ ହେଉଥିବା ଆଡଭର୍ଟାଇଜିଙ୍ଗ ID ମାଧ୍ୟମରେ ଆଗ୍ରହ ଆଧାରିତ ଆଡଭର୍ଟାଇଜିଙ୍ଗ ବନ୍ଦ କରିବା ପାଇଁ ଆପଣଙ୍କର ମୋବାଇଲ୍ ଡିଭାଇସ୍ ଏବଂ/କିମ୍ବା ଆପଣଙ୍କର OTT TV ଡିଭାଇସ୍‌ରେ ଥିବା ଗୋପନୀୟତା ସେଟିଂକୁ ଯାଇ “ଲିମିଟ୍ ଆଡ୍ ଟ୍ରାକିଂ” ବାଛନ୍ତୁ. ଧାନ ଦିଅନ୍ତୁ: ଆପଣଙ୍କ ଡିଭାଇସ୍ ମାଧ୍ୟମରେ ଆଗ୍ରହ-ଆଧାରିତ ଆଡଭର୍ଟାଇଜିଙ୍ଗରୁ ବାହାରିଯିବା ପାଇଁ ସବୁଠାରୁ ଅଧିକ ପ୍ରଭାବଶାଳୀ ଓ ଅତ୍ୟାଧୁନିକ ପଦ୍ଧତି ପାଇବାକୁ ଆପଣଙ୍କର ଡିଭାଇସ୍ ନିର୍ମାତାମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶାବଳୀର ପରାମର୍ଶ ଆପଣ ନେବା ଉଚିତ.
  • ଆପ୍ ପରିବେଶ ପାଇଁ ଡିଜିଟାଲ୍ ଆଡଭର୍ଟାଇଜିଙ୍ଗ ଆଲିଆନ୍ସର (DAA) “YourAdChoices” ପ୍ରୋଗ୍ରାମ ମାଧ୍ୟମରେ ଆଗ୍ରହ-ଆଧାରିତ ଆଡଭର୍ଟାଇଜିଙ୍ଗରୁ ବାହାରିଯିବା, ଏଠାରେ ଉପଲବ୍ଧ ରହିଛି:
    – ୟୁଏସ୍ ପାଇଁ – https://youradchoices.com/control
    – କାନାଡା ପାଇଁ – https://youradchoices.ca/en/tools

ୟୁକେ, EEA ଓ ସ୍ୱିଜରଲାଣ୍ଡର ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଅଧିକାର

ଆପଣଙ୍କର ଏକ ସହଜ ପଠନୀୟ ସ୍ୱରୂପରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ପାଇବା, ଅପଡେଟ୍ କରିବା, ବଦଳାଇବା, ଡିଲିଟ୍ କରିବା,ଏହାର ବ୍ୟବହାର ପ୍ରତିବନ୍ଧିତ କରିବା କିମ୍ବା ଏହାର ଏକ ନକଲ ପାଇବାର ଅଧିକାର ଆପଣଙ୍କର ରହିଛି। ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆପଣ ଅନୁରୋଧ ମଧ୍ୟ କରିପାରିବେ ଯେ, Choreograph ଆପଣଙ୍କର ବ୍ୟକ୍ତିଗତ ସୂଚନା ତୃତୀୟ ପକ୍ଷକୁ ସ୍ଥାନାନ୍ତର କରିବା ଏବଂ ମାର୍କେଟିଂ ଉଦ୍ଦେଶ୍ୟରେ ଏହାର ବ୍ୟବହାରକୁ ବିରୋଧ କରିବାର ଅଧିକାର ଆପଣଙ୍କ ପାଖରେ ରହିଛି। ଆପଣଙ୍କ ସମ୍ମତି ଆଧାରରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ପ୍ରକ୍ରିୟାକରଣ ହୋଇଥାଏ, ଯେକୌଣସି ସମୟରେ ଏହି ସମ୍ମତି ପ୍ରତ୍ୟାହାର କରିବାର ଅଧିକାର ମଧ୍ୟ ଆପଣଙ୍କର ରହିଛି। ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆପଣଙ୍କର ସମ୍ମତି ପ୍ରତ୍ୟାହାର କରିବା, ସମ୍ମତି ପ୍ରତ୍ୟାହାର କରିବା ପୂର୍ବରୁ ଆପଣଙ୍କର ବ୍ୟକ୍ତିଗତ ସୂଚନା ପ୍ରକ୍ରିୟାକରଣକୁ ନେଇ ଆମର ଆଇନଗତ କ୍ଷମତାକୁ ପ୍ରଭାବିତ କରିବ ନାହିଁ।

ଯଦି ଆପଣ ଏହି ଅଧିକାରଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମର ଗ୍ରାହକଙ୍କ ପ୍ରାଥମିକତା ପୋର୍ଟଲ୍] ବ୍ୟବହାର କରନ୍ତୁ କିମ୍ବା ଆମକୁ ଏଠାରେ ଇମେଲ କରନ୍ତୁ privacy@choreograph.com

ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ କିପରି ସମ୍ଭାଳିଛୁ ତାହା ନେଇ ଆପଣ ଖୁସି ନଥିଲେ ସୁପରଭାଇଜରି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପାଇଁ ମଧ୍ୟ ଆପଣଙ୍କର ଅଧିକାର ଅଛି.

କାଲିଫର୍ନିଆରେ ଥିବା ବ୍ୟକ୍ତିବିଶେଷଙ୍କର ଗୋପନୀୟତା ଅଧିକାର

ଏଠାରେ ଦେଖନ୍ତୁ

ବୈଶ୍ୱିକ ବ୍ୟବହାରକାରୀଙ୍କର ଗୋପନୀୟତା ଅଧିକାର

ଆମେ ସମସ୍ତ ଗ୍ରାହକଙ୍କୁ, ସେମାନେ ଯେକୌଣସି ଅଞ୍ଚଳର ହୁଅନ୍ତୁ ନା କାହିଁକି, ସେମାନଙ୍କର ବ୍ୟକ୍ତିଗତ ସୂଚନା ଭବିଷ୍ୟତର ପ୍ରକ୍ରିୟାକରଣରୁ ବାହାର କରିନେବାକୁ ଏବଂ ଡିଲିଟ୍ କରିବାକୁ ସକ୍ଷମ କରିବା ପାଇଁ ଆମର ଗ୍ରାହକଙ୍କ ପ୍ରାଥମିକତା ପୋର୍ଟଲ୍ ମାଧ୍ୟମରେ ଏକ ବ୍ୟବସ୍ଥା ପ୍ରଦାନ କରିଛୁ। ଏହି ଅଧିକାରଗୁଡ଼ିକ ବ୍ୟବହାର କରାଯିବା ସମ୍ବନ୍ଧରେ ଯଦି ଆପଣଙ୍କର କୌଣସି ପ୍ରଶ୍ନ ଥାଏ, ତେବେ ଦୟାକରି ଆମ ସହିତ privacy@choreograph.comରେ ଯୋଗାଯୋଗ କରନ୍ତୁ।

ଅଭିଯୋଗ କିପରି କରିବେ

ଯଦି ଆପଣଙ୍କର କୌଣସି ଅଭିଯୋଗ ଥାଏ କିମ୍ବା ଆମ ସହିତ ଯୋଗାଯୋଗ କରିବାକୁ ଚାହୁଁଥାନ୍ତି, ତେବେ ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ ବିଭାଗ ବ୍ୟବହାର କରନ୍ତୁ ଏବଂ ଆମେ ଆପଣଙ୍କର ବ୍ୟକ୍ତିଗତ ସୂଚନା କିପରି ସଂଗ୍ରହ ଓ ପରିଚାଳନା କରୁ, ସେ ସମ୍ବନ୍ଧରେ ରହିଥିବା ଯେକୌଣସି ଅଭିଯୋଗ କିମ୍ବା ସମସ୍ୟାର ସମାଧାନ କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ।

ଯଦି ଯେକୌଣସି କାରଣରୁ ଆପଣ ଅନୁଭବ କରନ୍ତି ଯେ ଆମେ ଆପଣଙ୍କର ସମସ୍ୟାର ସଠିକ ସମାଧାନ କରିନାହୁଁ, ତେବେ ଆପଣ ଆପଣଙ୍କର କ୍ଷେତ୍ରାଧିକାର’ର ପ୍ରଯୁଜ୍ୟ ଡାଟା ସୁରକ୍ଷା ପ୍ରାଧିକରଣ କିମ୍ବା ପର୍ଯ୍ୟବେକ୍ଷକ ପ୍ରାଧିକରଣ ସହିତ ଯୋଗାଯୋଗ କରିପାରିବେ ଏବଂ ଆନୁଷ୍ଠାନିକ ଭାବେ ଏକ ଅଭିଯୋଗ କରିପାରିବେ.

ଆମ ସହିତ ଯୋଗାଯୋଗ କରନ୍ତୁ

ଆମେ ଏହି ଗୋପନୀୟତା ନୀତିରେ ଯଥାସମ୍ଭବ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛୁ, କିନ୍ତୁ ଯଦି କିଛି ଆପଣ ବୁଝିପାରିନାହାନ୍ତି କିମ୍ବା ଅଧିକ ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଦୟାକରି ଆମ ସହିତ ଏଠାରେ ଯୋଗାଯୋଗ କରନ୍ତୁ privacy@choreograph.com କିମ୍ବା ଆପଣ ଗ୍ରାହକଙ୍କ ପ୍ରାଥମିକତା ପୋର୍ଟଲ୍ ମାଧ୍ୟମରେ ଆପଣଙ୍କର ଅଧିକାର ପ୍ରୟୋଗ କରିପାରିବେ.

ୟୁରୋପୀୟ ଅର୍ଥନୈତିକ କ୍ଷେତ୍ର (EEA) ଓ ସ୍ୱିଜରଲ୍ୟାଣ୍ଡରେ Choreograph ସଂଗ୍ରହ କରୁଥିବା ତଥ୍ୟ ପାଇଁ ଦାୟୀ Choreograph ଆଇନତଃ ଅନୁଷ୍ଠାନ ହେଉଛି Choreograph Limited. EEA ଓ ସ୍ୱିଜରଲ୍ୟାଣ୍ଡର ବାହାରେ ଦାୟୀ ଆଇନତଃ ଅନୁଷ୍ଠାନ ହେଉଛି Choreograph LLC. ଯଦି ଆପଣ EEA କିମ୍ବା ସ୍ୱିଜରଲ୍ୟାଣ୍ଡରେ ବାସ କରୁଥିବା ଜଣେ ବ୍ୟକ୍ତି, ଆପଣ ଜାଣିରଖିବା ଉଚିତ ଯେ, ଆମର DPOଙ୍କ ସହିତdpo@Choreograph.comରେ ଯୋଗାଯୋଗ କରାଯାଇପାରିବ।

ଏହି ନୀତି ବିଷୟରେ ଆପଣଙ୍କର କୌଣସି ପ୍ରଶ୍ନ, ମନ୍ତବ୍ୟ କିମ୍ବା ଚିନ୍ତା ଥିଲେ ଆପଣ ଆମକୁ ଇମେଲ ଦ୍ୱାରା ଜଣାଇପାରିବେ କିମ୍ବା ଏଠାକୁ ମେଲ୍ କରିପାରିବେ:

ୟୁରୋପ:
Choreograph Limited
DPO@choreograph.com
Choreograph, Sea Containers, 18 Upper Ground, London, SE1 9PT– ଧ୍ୟାନ ଦିଅନ୍ତୁ: ଡାଟା ସୁରକ୍ଷା ଅଧିକାରୀ

ୟୁରୋପ ବାହାରେ:
Choreograph LLC
Privacy@choreograph.com
Choreograph, 3 World Trade Center, 175 Greenwich Street, New York, NY, 10007, USA – ଧ୍ୟାନ ଦିଅନ୍ତୁ: ଗୋପନୀୟତା ନିର୍ଦ୍ଦେଶକ

ନୀତିରେ ପରିବର୍ତ୍ତନ

ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଗୋପନୀୟତା ସମ୍ବନ୍ଧିତ ଆଇନ ଓ ବିନିୟମ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଓ ଆମର ବ୍ୟବସାୟର ପରିବର୍ତ୍ତନଶୀଳ ପ୍ରକୃତି କାରଣରୁ, ଆମେ ସମୟ ସମୟରେ ଏହି ଗୋପନୀୟତା ନୀତିରେ ସଂଶୋଧନ କରିପାରୁ. ଘଟିଥିବା ଯେକୌଣସି ପରିବର୍ତ୍ତନ ବିଷୟରେ ଅବଗତ ହେବା ପାଇଁ, ଦୟାକରି ଏହି ଗୋପନୀୟତା ନୀତିକୁ ସମୟ ସମୟରେ ସମୀକ୍ଷା କରନ୍ତୁ (ଯେକୌଣସି ପରିବର୍ତ୍ତନ କରାଗଲେ ସେହି ବିଷୟରେ ଆପଣଙ୍କୁ ଜଣାଇବା ପାଇଁ ସାହାଯ୍ୟ କରିବାକୁ ଆମେ ପୃଷ୍ଠାର ଉପରି ଭାଗରେ ପ୍ରଭାବୀ ତାରିଖ ଅଦ୍ୟତନ କରିବୁ).